ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତି ଅବସରରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୁଆଦିଲ୍ଲୀ : ଆଜି ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ । ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ କରି ଲେଖିଛନ୍ତି ମହମ୍ମଦଙ୍କ ଜନ୍ମଦିନ ଇଦ୍-ଇ-ମିଲାଦ-ଉନ୍-ନାବିର ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଆମର ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆସନ୍ତୁ ସମସ୍ତେ ଭାବବାଦୀ ମହମ୍ମଦଙ୍କ ଜୀବନରୁ ପ୍ରେରଣା ଗ୍ରହଣ କରିବା ଏବଂ ସମାଜର ସମୃଦ୍ଧତା ପାଇଁ କାର୍ଯ୍ୟ କରିବା ଏବଂ ଦେଶରେ ଶାନ୍ତି ଏବଂ ସୁଖ ବଜାୟ ରଖିବା । ସେହିପରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ମିଲାଦ-ଉନ୍-ନବିର ଶୁଭେଚ୍ଛା । ଚତୁର୍ଦ୍ଦିଗରେ ଶାନ୍ତି ଏବଂ ସମୃଦ୍ଧତା ହେଉ । ଦୟା ଏବଂ ଭାଇଚାରା ଗୁଣ ସବୁବେଳେର ବିଜୟ ହେଉ । ଇଦ୍ ମୁବାରକ!
