ବିଜେପି ପକ୍ଷରୁ ଗୋଷ୍ଠାଷ୍ଟମୀ ଓ ଗୋ ପୂଜନ ଅନୁଷ୍ଠିତ
ଜଳେଶ୍ୱର : କାର୍ତ୍ତିକ ମାସର ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ ଜଳେଶ୍ୱର ବ୍ଳକ ଚମାରଗାଁ ପଞ୍ଚାୟତରେ ଚାଫଲା ଶିବ ମନ୍ଦିରରେ ଭାଜପା ପକ୍ଷରୁ ଏକ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗୋ ମାତାଙ୍କୁ ବସ୍ତ୍ର ପରିଧାନ, ଗନ୍ଧ-ପୁଷ୍ପ, ଧୂପ-ଦ୍ୱିପ ଓ ନୈବଦ୍ୟେ ଦେଇ ପୂଜାର୍ଚ୍ଚନା ଓ ଗୋ ବନ୍ଦପନା କରାଯାଇଥିଲା । ପରେ ଅନୁଷ୍ଠିତ ଏକ ସଚେତନତା ଶିବିରରେ ପ୍ରତ୍ୟେକ ଘରେ ଦେଶୀ ଗାଈ ପାଳିବାପାଇଁ ଉପସ୍ଥିତ ବ୍ୟକ୍ତିମାନେ ସଂକଳ୍ପ ନେଇଥିଲେ । ବିଜେପି ନେତା ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସଂଗ୍ରାମ ଜେନା, ସତ୍ୟବ୍ରତ ପଣ୍ଡା, ବିଜୟ ପ୍ରମାଣିକ, ଗିରିଜା ଶଂକର ଗିରି, ସୁଜୟ ରାଉତ, ଜନ୍ମେଜୟ ବେହେରା, ବିଷ୍ଣୁପଦ ବେହେରା, ମୃତ୍ୟୁଞ୍ଜୟ ଭୂୟାଁ, ଅଜୟ ରାଉତ, ରାମଚନ୍ଦ୍ର ପରିଡା, ହରିଶ୍ଚନ୍ଦ୍ର ସେନାପତି, ଆରତୀ ଭୂୟାଁ, ବିଣାପାଣି ଦତ୍ତ ଓ ବିଣାପାଣି ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
