ପୂର୍ବତନ ବିଡିଓଙ୍କ ସହଧର୍ମିଣୀଙ୍କ ପରଲୋକ
ଜଳେଶ୍ୱର : ପୂର୍ବତନ ଜଳେଶ୍ୱର ବିଡିଓ ତଥା ଆମ୍ବଳିଅଠା ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଦେଙ୍କ ସହଧର୍ମିଣୀ ଚିକଣବାଳା ଦେଙ୍କ ୮୫ବର୍ଷ ବୟସରେ ପରଲୋକ ଘଟିଛି । ମୃତ୍ୟୁବେଳେ ତାଙ୍କ ନିକଟରେ ପୁଅ, ବୋହୂ, ଝିଅ, ଜ୍ୱାଇ, ଭାଇ, ଭାଉଜ, ନାତୀ ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ନଛିମପୁର ଓ ସୁଗୋ ପଂଚାୟତର ବହୁ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସୁବର୍ଣ୍ଣରେଖା ନଦୀକୂଳରେ ମଧ୍ୟମପୁତ୍ର ଇଂ ଅନୀଲ କୁମାର ଦେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।
