ଅଗ୍ନି ବିପନ୍ନଙ୍କୁ ଗୋପବନ୍ଧୁ ସେବା ସଂଘର ସହାୟତା
ତିହିଡ଼ି : ବାସୁଦେବପୁର ବ୍ଲକ ର ବାଲିମେଦ ପଞ୍ଚାୟତର ମହାନ୍ତି ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୨୬ ପରିବାରର ୪୬ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ତିହିଡ଼ିର ଅଗ୍ରଣୀ ସେବା ସଂଗଠନ ଗୋପବନ୍ଧୁ ସେବା ସଂଘ ପକ୍ଷରୁ ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସଂଘର କର୍ମକର୍ତ୍ତାମାନେ ବିପନ୍ନ ପରିବାରଙ୍କ ପାଖରେ ପହଞ୍ôଚି ସମ୍ବବେଦନା ଜଣେଇବା ସଙ୍ଗେ ସଙ୍ଗେ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ସାମଗ୍ରୀ ଶୁଖିଲା ଖାଦ୍ୟ ସାମଗ୍ରୀ, ମଶାରୀ, ପିନ୍ଧାବସ୍ତ୍ର ପ୍ରଦାନ କରିବା ସହିତ ସେହି ପରିବାରର ବାପା ଛେଉଁଣ୍ଡ ଝିଅ ଙ୍କୁ କିଛି ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥି ସହ ସରକାର ତୁରନ୍ତ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସଂଘର ସଭାପତି ରାଜୀବ କୁମାର ନାୟକ, ଉପ ସଭାପତି ରତ୍ନାକର ସାହୁ, ସହ ସମ୍ପାଦକ କୃତିବାସ ଜେନା, ଉପଦେଷ୍ଟା ଦୀପକ କୁମାର ପରିଡା, କୋଷାଧକ୍ଷ ହେମନ୍ତ ମଲିକ, ରବିଶଙ୍କର ଦାଶ, ବସନ୍ତ କୁମାର ଦାସ, ରମେଶ ଜେନା, ସେକ ଲିୟାକତ, ଜନ୍ମେଜୟ ସିହ୍ନା, ଅଭିରାମ ଦାସ, ରାମଚନ୍ଦ୍ର କର, ବୀରେନ୍ଦ୍ର ପାଢ଼ୀ, ପ୍ରିତୀଶ ତ୍ରିପାଠୀ, ଆଲୋକ ସାମଲ, ତୁଷାର କୁମାର ମାହୁନ୍ତ, ରବୀନ୍ଦ୍ର ପ୍ରଧାନ, ଅକ୍ଷୟ ନାୟକ ପ୍ରମୁଖ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ ।
