ଗୀତା ଜୟନ୍ତୀ ସମାରୋହ
ବାଲିଆପାଳ : ବାଲେଶ୍ୱର ସଂସ୍କୃତ ଭାରତୀ ଉତ୍କଳ ବିଭାଗ ତରଫରୁ ବାଲିଆପାଳ ବ୍ଲକର ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ବୋଳଙ୍ଗ ଠାରେ ଗୀତା ଜୟନ୍ତି ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶିକ୍ଷାବିତ୍ ତରଣୀସେନ୍ ଜେନା ଓ ମୁଖ୍ୟବକ୍ତା ଶିକ୍ଷାବିତ୍ ଝାଡ଼େଶ୍ୱର ରାଉତ ଯୋଗଦେଇ ଗୀତାର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡ଼ା ଶିକ୍ଷକ ପ୍ରଫୁଲ କୁମାର ଜେନା ସଭାପତିତ୍ୱ କରିଥିଲେ । ବାଲେଶ୍ୱର ଜିଲା ସଂଯୋଜିକା ତଥା ଈଶ୍ୱର ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଶିକ୍ଷିକା ବାଣେଶ୍ୱରୀ ଜେନା ଅତିଥି ପରିଚୟ ପ୍ରଦାନ, ବିସ୍ତାରକ ଅକ୍ଷୟ କୁମାର ଦତ୍ତ ସଭା ସଞ୍ଚାଳନା କରିଥିଲେ । ପ୍ରଧାନଶିକ୍ଷକ ପରେଶ ଚନ୍ଦ୍ର ପାତ୍ର ତଥା ସ୍ନେହଲତା ଭୋଳ, ସମାଜସେବୀ ରାମହରି ପାତ୍ର, ଚିନ୍ତାମଣି ପରିଡ଼ା, ଦୟାନିଧ ମଲ୍ଲିକ ଏବଂ ଛାତ୍ରୀଛାତ୍ର ଯୋଗଦେଇ ଗୀତା ପାରାୟଣ କରିଥିଲେ ।
