ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍; ଓକିଲ ସଂଘ ଟିମ୍ ବିଜୟୀ
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଶମ୍ଭୁନାଥ ହାଇସ୍କୁଲ ନିକଟ ପଡ଼ିଆରେ ରବିବାର ବସ୍ତା ଜେଏମ୍ଏଫ୍ସି କୋର୍ଟ ଟିମ୍ ଓ ଓକିଲ ସଂଘ ଟିମ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । କୋର୍ଟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୫ ଓଭରରେ କୌଣସି ଉଇକେଟ୍ ନ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପ୍ରମୋଥ କୁମାର ମୁର୍ମୁ ସର୍ବାଧିକ ୫୮ ରନ୍ କରିଥିଲେ । ଜବାବରେ ଓକିଲ ସଂଘ ଟିମ୍ ୩ ଉଇକେଟ୍ ବିନିମୟରେ ୧୬୦ ରନ୍ କରି ବିଜୟୀ ହୋଇଥିଲା । ଦୀପକ କୁମାର ତ୍ରିପାଠୀ ସର୍ବାଧିକ ୪୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଅମ୍ପାୟାର ରାଜେଶ କୁମାର ମୁଦୁଲି ଓ ଗୌରାଙ୍ଗ ଜେନା ମ୍ୟାଚ୍ ପରିଚାଳନା କରୁଥିଲେ । ଓକିଲ ସଂଘ ସଭାପତି ହରିଶଙ୍କର ଜେନା, ସମ୍ପାଦକ ଗୌତମ ମହାନ୍ତି, ପୂର୍ବତନ ସମ୍ପାଦକ ଗୌରହରି ବେହେରା ଓ ଜୀବାନନ୍ଦ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
