ଗିରିବାଳା ବେହେରାଙ୍କୁ ସିଏମସି ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରାଯାଇଛି । ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଭଳି ତିନି ମହାନଗର ନିଗମ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆଜି ବସିଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ୨୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ଆଉ ବୈଠକରେ କଟକ ମେୟର ପାଇଁ କଂଗ୍ରେସ ପକ୍ଷରୁ ନେତ୍ରୀ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି ।
