ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା ! ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ କଣ କରିବେ ଓ କଣ ନାହିଁ
ଆମକୁ ବୟସ୍କ ଲୋକ ସର୍ବଦା କିଛି ନା କିଛି ଶିଖାଇଥାନ୍ତି ଯାହା ଦ୍ୱାରା ଆମର କିଛି ସମସ୍ୟା ହୋଇନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର ଭାଗ୍ୟକୁ ବଦଳେଇବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ଏହି ୬ କାର୍ଯ୍ୟ ନିଶ୍ଚିନ୍ତ କରିବା ଉଚିତ । ଆମ ସମାଜ ରେ ସଂସ୍କାର ର ବିଶେଷ ମହତ୍ୱ ରହିଛି, ଏହି ସମସ୍ତ କାର୍ଯ୍ୟ କେବଳ ଭଲ ପାଇଁ ନୁହେଁ ବରଂ ଆପଣଙ୍କ ଉନ୍ନତି କୁ ମଧ୍ୟ ପ୍ରଭାବିତ କରିଥାଏ । ବନ୍ଧୁଗଣ ଶାସ୍ତ୍ର ରେ ମଧ୍ୟ କିଛି ଏହିପରି କଥାର ବର୍ଣନ ରହିଛି ତେବେ ଆଜି ଆମେ ଏହିପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ୱାରା ଭାଗ୍ୟ ବଦଳିବା, ମାନ ସମ୍ମାନ ଏବଂ ଉନ୍ନତି ମଧ୍ୟ ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ?
୧) ଶାସ୍ତ୍ର ଅନୁସାରେ ସକାଳୁ ଉଠି ପାପୁଲି ଦର୍ଶନ କରିବା ଉଚିତ । ମାଟିରେ ପାଦ ରଖିବା ପୂର୍ବରୁ ମାଟି ମା’କୁ କ୍ଷମା ମାଗିବା ଉଚିତ । ଏହା ଦ୍ୱାରା ଆପଣଙ୍କୁ ସକାରାତ୍ମକ ଅନୁଭବ ହେବା ସହ ଜୀବନ ରେ ଅନେକ ଦୃଷପ୍ରଭାବ ରୁ ମୁକ୍ତି ମିଳିଥାଏ ।
୨) ସକାଳୁ ଉଠି ସ୍ନାନ କରିବା ଉଚିତ, ସ୍ନାନ କରିବା ଜଳରେ ଟିକିଏ ସୁଦ୍ଧ ଗଙ୍ଗାଜଳ ମିଶେଇବା ଉଚିତ । ଏବଂ ସ୍ନାନ କରିବା ସମୟ ରେ ସମସ୍ତ ତୀର୍ଥ ସ୍ଥାନ ଏବଂ ଭଗବାନ ଙ୍କ ନାମ ଜପ କରିବା ଉଚିତ । ଏହା ଦ୍ୱାରା ମନୁଷ୍ୟ କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
୩) ଶାସ୍ତ୍ର ଅନୁସାରେ ସକାଳୁ ସ୍ନାନ ସରିବା ପରେ ସର୍ବ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ଏହା ଦ୍ୱାରା ମାନ ସମ୍ମାନ ବଢିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ । ବୁଦ୍ଧି ରେ ବିକାଶ ହୋଇଥାଏ ।
୪) କୁହାଯାଏ କି ସୂର୍ଯ୍ୟଦେବ ଙ୍କୁ ଜଳ ଚଢେଇବା ପରେ ମା ତୁଳସୀ କୁ ଜଳ ଅର୍ପଣ କରିବା ଉଚିତ ଏବଂ ଏହା ପରେ ଘରେ ଦେବି ଦେବତା ଙ୍କୁ ପୂଜା କରିବା ଉଚିତ । ଏହା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ସର୍ବଦା ବନି ରହିଥାଏ । କୌଣସି ସଙ୍କଟ ଆସିନଥାଏ ।
୫) ସକାଳୁ ଉଠି ପ୍ରଥମ ରୁଟି ଅର୍ଥାତ ନିଜେ ଖାଇବା ପୂର୍ବରୁ ପ୍ରଥମ ଖାଦ୍ୟ ଗାଈ କୁ ଦେବା ଉଚିତ ହୋଇଥାଏ । ଏହା କରିବା ଦ୍ୱାରା ଅସୀମ ପୁର୍ଣ୍ୟ ର ପ୍ରାପ୍ତି ହୋଇଥାଏ ।
୬) ଶାସ୍ତ୍ର ଅନୁସାରେ ସକାଳୁ ଉଠି କୌଣସି ସ୍ଥାନ କୁ ଯିବା ପୂର୍ବରୁ ମାତା ପିତା ଙ୍କୁ ପ୍ରଣାମ କରିବା ଉଚିତ | ଏହା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ |
