କ୍ରୀଷ୍ଣା ବାଣୀ ଅନୁସାରେ ଜୀବନରେ ସଫଳତା ପାଇବା ପାଇଁ ମନେ ରଖନ୍ତୁ ଏହି ଗୋଟେ କଥା, ଜାଣନ୍ତୁ…..
ନଦୀ ପାଖ ଦେଇ ଜଣେ ଭିକାରି ଯାଉଥିଲେ । ସେହି ପାଖରେ ଜଣେ ବୃଦ୍ଧା ବସିଥିଲେ । ଭିକାରି ବୁଢା ଲୋକ ଜଣଙ୍କୁ ପଚାରିଲେ ଏଠାରୁ ଗାଁ କେତେ ଦୂର ଅଟେ ? ଶୁଣିଛି ସୂର୍ଯ୍ୟ ଅସ୍ତ ହେବା ପରେ ହିଁ ଗାଁ ର ଦ୍ଵାର ବନ୍ଦ ହୋଇଯାଏ । ଏବେ ସନ୍ଧ୍ୟା ହେବାକୁ ଯାଉଛି, କଣ ମୁଁ ସେଠାରେ ପହଞ୍ଚି ପାରିବି ? ବୁଢା କହିଲା ଧୀରେ ଚାଲିବ ତ ପହଞ୍ଚି ବି ପାରିବ ।
ଭିକାରି ଏହା ଶୁଣି ଚିନ୍ତାରେ ପଡିଗଲା । ସେ ଭାବିବାକୁ ଲାଗିଲା କି ଲୋକ କହନ୍ତି କି ଶୀଘ୍ର ଯାଅ, କିନ୍ତୁ ଇଏ ତ ବିପରୀତ କଥା କହୁଛନ୍ତି । ଏଇ ତ ମତେ ଭିକାରି ଭାବି ମଜାକ ଉଡ଼ାଉଛନ୍ତି । ସେ ଜୋରରେ ଦୌଡିବାକୁ ଲାଗିଲା ।
ରାସ୍ତା ଆବଡା ଖାବଡା ଏବଂ ପଥରିଆ ଥିଲା । କିଛି ସମୟ ପରେ ଭିକାରି ପଡିଗଲା । କିଛି ପ୍ରକାରରେ ସେ ଉଠିତ ଗଲା, କିନ୍ତୁ କଷ୍ଟ ପାଇଁ ଚିନ୍ତା କରୁଥିଲା । ସେ ଚାଲି ପାରୁନଥିଲା । ଚାଲିବାରେ ବହୁତ କଷ୍ଟ ହେଉଥିଲା । ସେ କୌଣସି ପ୍ରକାର ତ ଆଗକୁ ବଢିଲା, କିନ୍ତୁ ସେତବେଳକୁ ଅନ୍ଧାର ହୋଇଯାଇଥିଲା । ସେହି ସମୟରେ ସେ ଗାଁ ଠାରୁ ଅଳ୍ପ ଦୂରରେ ଥିଲା । ସେ ଦେଖିଲା କି କବାଟ ବନ୍ଦ ହୋଇଯାଇଥିଲା ।
ସେ ଦୁଖୀ ହୋଇଗଲା । ତା ଠିକ ପାଖରେ ଜଣେ ବ୍ୟକ୍ତି ଯାଉଥିଲା । ସେ ଭିକାରିକୁ ଦେଖି ହସିବାକୁ ଲାଗିଲେ । ଭିକାରି ରାଗି ଯାଇ କହିଲା ତୁମେ ହସୁଛ କଣ ପାଇଁ ? ବ୍ୟକ୍ତି କହିଲେ କି ଆଜି ଆପଣଙ୍କର ଯାହା ଅବସ୍ତା ହେଇଛି ତାହା କେବେ ମୋର ବି ହୋଇଥିଲା । ଭିକାରୀର ଇଚ୍ଛାଶକ୍ତି ବଢିଗଲା । ସେ ପଚାରିଲା ସଫା ସଫା କୁହ ଭାଇ ।
ସେ ବ୍ୟକ୍ତି କହିଲେ ନଦୀ ପାଖରେ ଜଣେ ବାବା ମତେ ବି କହିଥିଲେ କି ଧୀରେ ଯାଅ । ସେତବେଳେ ମତେ ଠିକ ଲାଗିନଥିଲା । ପ୍ରକୃତରେ ସେ କହିବାକୁ ଚାହୁଁଥିଲେ କି ରାସ୍ତା ଭଲ ନାହିଁ । ସମ୍ଭାଳି ହୋଇ ଚାଲିବ ତ ଶୀଘ୍ର ପହଞ୍ଚି ପାରିବ । ଜୀବନରେ ଜୋର ଦୌଡି ବା ଠିକ ହୋଇନଥାଏ । କେବେ କେବେ ଭାବିଚିନ୍ତି ଧୀରେ ଧୀରେ ପାଦ ବଢାଇଲେ ବି କାମ ଆସିଥାଏ ।
ଶିକ୍ଷା :
ଜ୍ଞାନି ବ୍ୟକ୍ତିଙ୍କର କଥାକୁ କେବେ ଅଣଦେଖା କରିବ ନାହିଁ ।
ସଫଳତା ପ୍ରାପ୍ତ କରିବା ପାଇଁ ଧର୍ଯ୍ୟର ସହିତ କାମ କରନ୍ତୁ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
