ଶୀତ ଦିନେ ଓଠ ଫାଟିବାରୁ ପାଆନ୍ତୁ ମୁକ୍ତି,ଏହି ୪ଟି ଘରୋଇ ଉପଚାର ଦେବ ଆପଣଙ୍କୁ ଆରାମ
ପ୍ରାୟତଃ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟ ଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ ବୋଲି ବୋଲି ଡାକ୍ତର ମତ ଦିଅନ୍ତି । ବାସ୍ତବରେ ମଧ୍ୟ ଶୀତ ଆସିବା ମାତ୍ରେ ଆମେ ଜଳ ବ୍ୟବହାରକୁ ହ୍ରାସ କରିଥାଉ, ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ ସମସ୍ୟା ଦେଖାଯାଏ । ଏହି ସମୟରେ ଓଠକୁ ସୁନ୍ଦର ଓ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ନିମ୍ନରେ ଦିଆଯାଇଥିବା ଟିପ୍ସ ଅନୁସରଣ କରନ୍ତୁ ।
ଓଠକୁ ମଧ୍ୟ ଆର୍ଦ୍ରତା ଆବଶ୍ୟକ :
ଆପଣଙ୍କ ଚର୍ମ ପରି ଆପଣଙ୍କ ଓଠକୁ ମଧ୍ୟ ଆର୍ଦ୍ରତା ବା କୋମଳତା ଆବଶ୍ୟକ ତେଣୁ ପ୍ରଚୁର ପାଣି ପିଅନ୍ତୁ, ଫଳ ଓ ପନିପରିବା ଖାଆନ୍ତୁ । ବାହାରକୁ ଯିବାବେଳେ SPF ଲିପବାମ୍ ବ୍ୟବହାର କରନ୍ତୁ, ସାଧାରଣ ଲିପବାମ ଆପଣଙ୍କ ଓଠକୁ ଖରାପ କରିଦେବ ।
ଗ୍ଲାଇସେରିନ୍-ମେଟ୍ ଲିପଷ୍ଟିକ୍ :
ଅଧିକ ଶୁଷ୍କ ଚର୍ମ ଓ ଫଟା ଓଠ ପାଇଁ ଗ୍ଲାଇସେରିନ୍ ଏକ ଘରୋଇ ଔଷଧି ଭାବେ କାମ କରିବ । ଏହାକୁ ଓଠରେ ଲଗାନ୍ତୁ, ଯଦି ଆପଣଙ୍କ ଓଠ ରୁଖା ସୁଖା ଏଟେ, ତାହେଲେ ମ୍ୟାଟ୍ ଲିପଷ୍ଟିକ୍ ଲଗାଇବା ପରିବର୍ତ୍ତେ କ୍ରିମ୍ ସମୃଦ୍ଧ ଲିପଷ୍ଟିକ୍ ଲଗାନ୍ତୁ । ଶୀତ ଦିନ ପାଇଁ କ୍ରିମ ଲିପଷ୍ଟିକ ଓଠକୁ ରୁକ୍ଷତାରୁ ରକ୍ଷା କରେ ।
ଶିଆ ବଟର କିମ୍ବା ନଡିଆ ତେଲ :
ଦିନରେ ମଧ୍ୟ ଓଠରେ ଶିଆ ବଟର ଲଗାନ୍ତୁ କାରଣ ଏଥିରେ ଏସପିଏଫ୍ ଗୁଣ ମଧ୍ୟ ଅଛି, ଏହା ଓଠକୁ ପୁଷ୍ଟିକର ଯୋଗାଏ । ଶୀତଦିନେ ଓଠକୁ ଶୁଷ୍କତା ଓ ଫାଟିବାରୁ ରକ୍ଷା କରିବା ପାଇଁ ନିୟମିତ ନଡିଆ ତେଲ ଲଗାନ୍ତୁ । ଭିତରରୁ ଓଠକୁ ପୁଷ୍ଟିକର ଯୋଗାଇବା ପାଇଁ ନାଭିରେ ନଡିଆ ତେଲ ମଧ୍ୟ ପ୍ରୟୋଗ କରିପାରିବେ ।
ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ଆବଶ୍ୟକ :
ଭିଟାମିନ୍-ଇ ଯୁକ୍ତ ଲିପବାମ୍ ଓଠ ପାଇଁ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଯୋଗାଏ, ଓଠକୁ କୋମଳ ଓ ଗୋଲାପୀ ରଖେ । ଶୀତ ଦିନେ ମୃତ ଚର୍ମ ମଧ୍ୟ ଓଠ ଫାଟିବାର ଏକ କାରଣ । ଓଠକୁ ଘଷିବା ଜରୁରୀ । ଏଥିପାଇଁ ଆପଣ ମହୁ ଓ ଚିନି ସହିତ ସ୍କ୍ରବ୍ ତିଆରି କରିପାରିବେ । ଏହି ସ୍କ୍ରବକୁ ଏକ ମିନିଟ ପର୍ଯ୍ୟନ୍ତ ଓଠରେ ମସାଜ କରନ୍ତୁ । ମହୁ ମଧ୍ୟ ଓଠର କୋମଳତା ବଜାୟ ରଖେ ।
