ଖାଲି ପେଟରେ ରସୁଣ ଖାଇଲେ କମ୍ ହୋଇଯାଏ ସଂକ୍ରମଣ ହେବାର ଆଶଙ୍କା, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା
ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ରସୁଣକୁ ମସଲା ଭାବରେ ନିଆଯାଏ, କିନ୍ତୁ ଏହାର ଲାଭ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ସୁସ୍ଥ ରହିବା ପାଇଁ ସବୁବେଳେ ନାମୀ ଦାମୀ ଔଷଧ ବା ପାଉଡର ର ସରକାରୀ ହୁଏ ନାହିଁ। ଆମ ରୋଷେଇ ଘରେ ମଧ୍ୟ ରହିଛି ଏପରି କିଛି ଜିନିଷ ଯାହାକୁ ବ୍ୟବହାର କରି ଆପଣ ରହି ପାରିବେ ସୁସ୍ଥ। ଏହାର ଏକ ବିଶେଷ ଗନ୍ଧ ଅଛି ଏବଂ ସ୍ୱାଦ ଟିକେ ରାଗ ଥାଏ । କୁହାଯାଏ ଯେ ରସୁଣରେ ମିଳୁଥିବା ସଲଫର ଯୌଗିକ ଯେପରିକି ଆଲିସିନ୍, ଆଲିଜୋନ୍ ଇତ୍ୟାଦି ଏହାର ସ୍ୱାଦ ଏବଂ ଗନ୍ଧ ପାଇଁ ଦାୟୀ ଏବଂ ଏହାର ବ୍ୟବହାରର ଲାଭ ସମସ୍ତଙ୍କୁ ଚକିତ କରିଥାଏ । ତେଣୁ ରସୁଣକୁ ସବୁଦିନ ନିଜ ଖାଦ୍ୟ ରେ ସାମିଲ୍ କରିବା ଉଚିତ୍ ଏବଂ ଏହା ସହ ସବୁଦିନ ସକାଳେ ରସୁଣ ଖାଇବ ଦ୍ଵାରା ଚମତ୍କାରି ଫାଇଦା ମିଳିଥାଏ ।
ରସୁଣର ଉପକାରିତା:
ରସୁଣରେ ଆଲିୟମ୍ ନାମକ ଏକ ଆଣ୍ଟିବାୟୋଟିକ୍ ଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ ।
ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଆନ୍ତି, ତେବେ ଏହା ଫଙ୍ଗଲ୍ ଇନଫେକ୍ସନକୁ ଦୂର କରିପାରିବ ।
ଯଦି ପ୍ରତିଦିନ ରସୁଣ ଖାଆନ୍ତି, ତେବେ ଆପଣ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ ।
ପ୍ରତ୍ୟେକ ଗର୍ଭବତୀ ମହିଳା ରସୁଣ ଖାଇବା ଉଚିତ କାରଣ ଏହା ତାଙ୍କ ଏବଂ ତାଙ୍କ ଶିଶୁ ପାଇଁ ଲାଭଦାୟକ ଅଟେ ।
ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଆନ୍ତି, ତେବେ କଫ ସମସ୍ୟା ଅଦୃଶ୍ୟ ହୋଇଯାଏ ।
ସବୁଦିନ ସକାଳେ ଖାଲି ପେଟ ରେ ରସୁଣ ଖାଇବ ଦ୍ଵାରା ହୃଦୟ ଜନିତ ସମସ୍ତ ରୋଗ ଭଲ ହୋଇଯାଇଥାଏ।
ରସୁଣ ସହିତ ମହୁ ମିଶାଇ ସେବନ କରିବା ଦ୍ଵାରା ଧମନୀ ରେ ଜମିଥିବା କୋଲେଷ୍ଟ୍ରୋଲ୍ ମଧ୍ୟ ଦୂର ହୋଇଯାଇଥାଏ। ଯାହା ଫଳରେ ହୃଦଘାତର ସମସ୍ୟା ଦୂର ହୋଇଯାଇଥାଏ।
ରସୁଣ ସବୁଦିନ ଖାଇବା ଦ୍ବାରା ରକ୍ତ ସଞ୍ଚାଳନ ନିୟମିତ ହୋଇଥାଏ। ଉଛ ରକ୍ତ ଚାପ ଥିବା ଲୋକ ମାନେ ନିୟମିତ ରସୁଣ ସେବନ କରିବା ଉଚିତ୍।
ଡାଇରିଆ ଓ କଵବ୍ଯ ପାଇଁ ରସୁଣ ବହୁତ୍ ଫାଇଦା ଦେଇଥାଏ। ଏଥିପାଇଁ ପାଇଁ ରେ ରସୁଣ ପକାଇ ସିଝାଇ ଦିଅନ୍ତୁ। ଏବଂ ପାଣି କୁ ଛାଣି ପିଆଂତୁ।
