ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଠାରେ ସୋମବାର ଦିନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଉପସ୍ଥିତ ରହି ଲୋକଙ୍କ ଆପତ୍ତି-ଅଭିଯୋଗର ଶୁଣାଣି କରିଥିଲେ। ସମୁଦାୟ ୭୯ଟି ଅଭିଯୋଗ ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୬୫ଟି , ଗ୍ରାମ୍ୟ ବିବାଦ ୬ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୧୦ଟି ତତକ୍ଷଣାତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଗୁଡିକୁ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଛି। ୩୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମଧ୍ଯ ଶୁଣାଣି କରାଯାଇଥିଲା। ଇତ୍ୟବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ କୁମାର ପହି, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ , ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
