କିଡ୍ନୀ ଜନିତ ରୋଗରେ ପିଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଇତିକାନ୍ତ ବେହେରା (୨୭) ନାମକ ଜଣେ ଯୁବକ କିଡ୍ନୀ ରୋଗରେ ପିଡ଼ିତ ହୋଇଛନ୍ତି । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଚିକିତ୍ସା ପାଇଁ ଅର୍ଥ ପାଇ ପାରୁନାହାନ୍ତି । ତାଙ୍କ ରୋଜଗରକ୍ଷମ ବାପା ଅଳ୍ପଦିନ ତଳେ ମୃତ୍ୟୁବରଣ କରିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଅଭାବ ଥିବା ବେଳେ ଇତିକାନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ମିଳିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଯେଉଁଥିପାଇଁ ସେ ଉଚିତ୍ ଚିକିତ୍ସା ପାଇବାରୁ ବଂଚିତ ହୋଇଛନ୍ତି । ସେ ଦୀର୍ଘଦିନ ହେବ ବାହାରେ ରହୁଥିଲେ । କିଛିଦିନ ତଳେ ତାଙ୍କର ଆଖିକୁ ନଦିଶିବାରୁ ସେ ପରୀକ୍ଷା ନିରୀକ୍ଷା କରାଇଥିଲେ । ପରୀକ୍ଷା ନିରୀକ୍ଷା ପରେ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା । ତେବେ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ କୌଣସି ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ସମାଜସେବୀମାନେ ରୋଗର ଚିକିତ୍ସା ପାଇଁ ଅର୍ଥ ଦାନ କଲେ ଯୁବକ ଜଣକ ଆରୋଗ୍ୟ ହୋଇପାରିବେ । କିଡ୍ନୀ ପିଡ଼ିତ ଇତିକାନ୍ତଙ୍କୁ ସହାୟତ ଦେବା ପାଇଁ ତାଙ୍କର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନଂ ୩୭୮୫୪୮୮୭୭୧୨, ଆଇଏଫଏସସି କୋଡ଼ ନଂ ଏସବିଆଏନ ୦୦୧୨୦୬୩ରେ ପ୍ରଦାନ କରିପାରିବେ ବୋଲି ନିବେଦନ କରିଛନ୍ତି ।
