ଆସନ୍ତାକାଲି ଠାରୁ ସେବାୟତ ପରିବାରଙ୍କୁ ମିଳିବ କାଳିଆ ଦର୍ଶନ
ପୁରୀ : ଆସନ୍ତା ୧୨ ତାରିଖରୁ କାଳିଆ ଦର୍ଶନ ମିଳିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । କୋଭିଡ଼ କଟକଣା ମାନି ଭକ୍ତମାନେ ଦର୍ଶନ କରିପାରିବେ । ୧୨ଶ ୧୩ ଦୁଇଦିନ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିବେ । ୧୪ ଓ ୧୫ ଶନିବାର ଓ ରବିବାର ସଟଡ଼ାଉନ ଯୋଗୁଁ ଦର୍ଶନ ବନ୍ଦ ରହିବ । ୧୬ ତାରିଖ ସୋମବାର ପୁରୀ ସହରବାସୀଙ୍କ ପାଇଁ ୱାର୍ଡ଼ ୱାରୀ ଦର୍ଶନ କରିବା ପାଇଁ ପୌରସଂସ୍ଥା ପକ୍ଷରୁ ଦର୍ଶନୀ ଟୋକାନ ବଂଟାଯିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସହରବାସୀ ଦର୍ଶନ କରିବେ । ୨୧ ଓ ୨୨ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହିବ । ୨୩ ତାରିଖ ଠାରୁ ସମସ୍ତ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ଏଥିପାଇଁ ଭକ୍ତ ଦର୍ଶନ ସେଡ଼ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ଭକ୍ତମାନେ ତୁଳସୀ,ଫୁଲ,ଭୋଗ ଓ ଦୀପ ମନ୍ଦିରକୁ ନେଇ ପାରିବେ ନାହିଁ । ପାଶ୍ୱର୍ ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ବାରଣ କରାଯାଇଛି । ଜନ୍ମାଷ୍ଟମୀ ଓ ଗଣେଷ ପୂଜାରେ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ସିଂହଦ୍ୱାର ପ୍ରବେଶ କରି ଉତରଦ୍ୱାରରେ ପ୍ରସ୍ଥାନ କରିବେ । ଭକ୍ତମାନେ ଦୁଇଟି ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ । ଟିକା ନନେଇଥିଲେ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ପ୍ରମାଣପତ୍ର ଦେଖାଇବେ । କୋଭିଡ଼ କଟକଣା ଅନୁଯାୟୀ ଭକ୍ତମାନେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ୍ କରିବା ପରେ ସିଂହଦ୍ୱାରରେ ପ୍ରବେଶ କରିବେ ।
