ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ଜୟପୁର : କୋରାପୁଟ ଷ୍ଟେସନର ଅନତି ଦୂର ସୁକୁ ବ୍ରିଜ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଏହାର ୮ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ଟି କୋରାପୁଟରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଉଭୟ ପଟରୁ ବିଶାଖାପାଟଣା-ଜଗଦଳପୁର ଟ୍ରେନ୍ କୁ ବାତିଲ୍ କରାଯାଇଛି । ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।
