ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ଜୟପୁର : ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରଗୁଡା ଥାନା ଅନ୍ତର୍ଗତ କୁସପର ଗ୍ରାମର ରାମ ଛେଣ୍ଡିଆ । ପୋଲିସ ସୁଚନା ଅନୁଯାଇ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ବାପା ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୁଚନା ଦେଇଛନ୍ତି ।
