ସ୍ୱର୍ଣ୍ଣ ପଦକ ବିଜେତା ଦୁଇ ମୁଷ୍ଟି ଯୋଦ୍ଧାଙ୍କୁ ସମ୍ମାନିତ କଲେ ବିଧାୟକ
ଜୟପୁର : ଦୁଇ ମୁଷ୍ଟି ଯୋଦ୍ଧାଙ୍କୁ ବିଧାୟକ ତାରା ପ୍ରସାଦ ବାହିନିପତି ସମ୍ମାନିତ କରିଛନ୍ତି । ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଏହି ସମ୍ମାନିତ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହରିୟାଣା ରାଜ୍ୟର ପାନିପଥ ଠାରେ ଆୟୋଜିତ ବକ୍ସି ପ୍ରତିଯୋଗିତାରେ ଜୟପୁର ସହରର ଦୁଇ ଜଣ ମୁଷ୍ଟି ଯୋଦ୍ଧା ୨ଟି ସ୍ୱଣ୍ଣ ପଦକ ହାସଲ କରିଛନ୍ତି । ସେମାନେ ହେଲେ ନୂଆସାହି ଅଂଚଳର ଲିଙ୍ଗରାଜ ପୁଜାରି ଓ ଲିଙ୍ଗରାଜ ନଗରର ଦିନେଶ ମିଶ୍ର । ଅରୁଣ ମେମୋଲିଆଲ ବକ୍ସିଂ କ୍ଲବ ପକ୍ଷରୁ ହରିୟାଣାର ପାନିପଥ ଠାରେ ପ୍ରଫେସନାଲ ବକ୍ସି ପ୍ରତିଯୋଗିତା ଗତ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିଲେ । ଲିଙ୍ଗରାଜ ପଞ୍ଜାବର ଜଣେ ମୁଷ୍ଟିଯୋଦ୍ଧା ସହ ମୁକାବିଲା କରି ସ୍ୱର୍ଣ ପଦକ ହାସଲ କରିଥିଲେ । ସେହିପରି ଦିନେଶ ଆସାମର ଜଣେ ମୁଷ୍ଟି ଯୋଦ୍ଧା ସହ ମୁକାବିଲା କରି ସ୍ୱଣ୍ଣ ପଦକ ହାସଲ କରିଥିଲେ । ସେମାନେ ଦୁଇଟି ପଦକ ପାଇଥିବା ବେଳେ ୨ ଜଣଙ୍କୁ ବେଷ୍ଟ ବକ୍ସର ଅଫ ଦି ଇଭେଣ୍ଟ ଟ୍ରଫି ମିଳିଥିଲା ବୋଲି ବକ୍ସିଂ କ୍ଲବ ପ୍ରଶିକ୍ଷଣର ମୁଖ୍ୟ ଅରଜିତ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଦୁଇ ପ୍ରତିଯୋଗୀ ସ୍ୱର୍ଣ ପଦକ ହାସଲ କରି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ।
