ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ଭଦ୍ରକ : ଆଜି କୋଇଲା ପାଇଁ ଯାଉଥିବା ମାଲଗାଡ଼ିର ୧୩ବଗି ଲାଇନଚ୍ୟୁତ ହୋଇଯାଇଛି। ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି। ମାଲବାହି ଟ୍ରେନଟି ଭଦ୍ରକ ପଟରୁ ଧାମରାକୁ କୋଇଲା ବୋଝେଇ ପାଇଁ ଯାଉଥିଲା। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।
ଭଦ୍ରକ: ଭଦ୍ରକର ଚରମ୍ପା – ଧାମରା ରେଳ ଲାଇନରେ ଆଜି ଅପରାହ୍ନରେ ଚରମ୍ପା ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ୍ ହୋଇଛି। ଏଥିରେ ୩ ଟି ବଗି ଲାଇନ୍ ତଳକୁ ଓଲଟି ପଡିଛି। ଏହି ଟ୍ରେନରେ କୌଣସି ମାଲ ନଥିଲା। ଟ୍ରେନ ଲାଇନ୍ ଚ୍ୟୁତ ହେବା ପରେ ଧାମରା ବନ୍ଦର କତ୍ତୃର୍ପକ୍ଷଙ୍କ ଦ୍ବାରା ପରିଚାଳିତ ରେଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ ଚ୍ୟୁତ ହୋଇଥିବା ଟ୍ରେନର ବଗିକୁ ଉଠାଇବା କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଯେ, ଆଜି ଅପରାହ୍ନରେ ଧାମରା ପୋର୍ଟରୁ କୋଇଲା ନେବା ପାଇଁ କଟକରୁ ଧାମରା ଆସୁଥିବା ଏକ ଖାଲି ଟ୍ରେନ୍ ଭଦ୍ରକର ଚରମ୍ପା ରେଳ ଓଭରବ୍ରିଜ୍ ନିକଟରେ ଲାଇନ୍ ଚ୍ୟୁତ ହୋଇଥିଲା। ଏଇ ଟ୍ରେନ୍ ଲାଇନ୍ ଚ୍ୟୁତ ହେବା ପରେ ଧାମରାରୁ ଆଉ କୌଣସି ମାଲବାହୀ ଟ୍ରେନ୍ ଭଦ୍ରକ ଦେଇ ବାହାର ରାଜ୍ୟକୁ କୋଇଲା ନେଇ ଯାତାୟାତ କରିପାରୁ ନାହିଁ। କାରଣ ଧାମରା ରେଳ ଲାଇନ୍ ଟି ଏକ ସିଙ୍ଗିଲ ରେଳ ଲାଇନ୍ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
