ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର : ୩ଶହ ରୋଗୀଙ୍କ ପରୀକ୍ଷା ଓ ନିଦାନ ବ୍ୟବସ୍ଥା
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ଓ ଭୁବନେଶ୍ୱର କେୟାର ହସ୍ପିଟାଲର ମିଳିତ ଉଦ୍ୟମରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଶନିବାର ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଫକୀରମୋହନ ମେଡ଼ିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷ ପ୍ରଫେସର ଡା. ରାମଚନ୍ଦ୍ର ଗିରି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିବିର ପ୍ରକଳ୍ପର ଅଧ୍ୟକ୍ଷ ରୋଟାରୀଆନ ଦେବେନ୍ଦ୍ର କୁମାର ଧଳ ମଞ୍ଚ ସଂଯୋଜନା ପୂର୍ବକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କ୍ଲବର ସଭାପତି ରୋ. ଡ. ରାଜଲକ୍ଷ୍ମୀ ଯତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କ୍ଲବର ବରିଷ୍ଠ ସଦସ୍ୟ ତଥା ଜି:୩୨୬୨ର ଉପଦେଷ୍ଟା ରୋ. ସୁବ୍ରତ କୁମାର କର ଯୋଗଦେଇ କ୍ଲବର ଏତାଦୃଶ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ କେୟାର ହସ୍ପିଟାଲର ସାଧାରଣ ପରିଚାଳକ ଲୋକନାଥ ଦାଶ ଯୋଗଦେଇ ତାଙ୍କ ଅନୁଷ୍ଠାନ ତରଫରୁ ଭବିଷ୍ୟତରେ ନିରନ୍ତର ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଶିବିରରେ କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡା. ଦୀପକ କୁମାର ପରିଡ଼ା, ମୂତ୍ରଶଲ୍ୟ ବିଭାଗର ଡା. ପବିତ୍ର କୁମାର ମିଶ୍ର, ହୃଦ୍ରୋଗ ବିଶେଷଜ୍ଞ ଡା. ବିକ୍ରମ କେଶରୀ ମହାପାତ୍ର, କର୍କଟ ରୋଗ ବିଶେଷଜ୍ଞ ଡା. ସଞ୍ଜୀବ କୁମାର ମିଶ୍ର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସନ୍ଦୀପ ସିଂ ଓ ଭେଷଜ ତଥା ମଧୁମେହ ବିଶେଷଜ୍ଞ ଡା. ଖୁସ୍ରୁ ଅଲ୍ଲୀ ଖାନ ପ୍ରମୁଖ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରାୟ ୩ଶହ ରୋଗୀଙ୍କର ପରୀକ୍ଷା ଓ ନିଦାନ ବ୍ୟବସ୍ଥା କରାଯାଇଥିଲା । କେୟାର ଅନୁଷ୍ଠାନ ତରଫରୁ ତାପସ କୁମାର ଦାସ, ଦୀପକ ଚୌଧୁରୀ ଓ ରୋଟାରୀ କ୍ଲବର ସଦସ୍ୟ ରୋ. ପଦାରବିନ୍ଦ ମହାପାତ୍ର, ସୌରଭ ବେହେରା, ସନ୍ତୋଷ ନାହାକ, ଯଶୋଦା ନନ୍ଦନ ଆଶ, ମାତୃଦତ୍ତ ଦାସ, ପ୍ରଭଞ୍ଜନ ପାଢ଼ୀ, ବିକ୍ରମଜିତ୍ କର, ଭୋଳାନାଥ ବେରା, ବିଷ୍ଣୁଦାସ କୁଣ୍ଡୁ, ବିଶ୍ୱଦୀପ ପଣ୍ଡା, ଡା. ମନୋରଞ୍ଜନ ଦାସ, କ୍ଷେତ୍ରମୋହନ ମହାପାତ୍ର, ସପନ କୁମାର ମହାପାତ୍ର ପ୍ରମୁଖ ସଦସ୍ୟଗଣ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ରୋଟାରୀ କ୍ଲବର ସମ୍ପାଦକ ରୋ. ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
