ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଜିଲାର ଯୁକ୍ତ୨ ନୋଡ଼ାଲ କଲେଜ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ଆସୋସିଏଟ ପ୍ରଫେସର ଅନିରୁଦ୍ଧ ବେହେରା ଯୋଗଦେଇ ସାମ୍ପ୍ରତିକ ମୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେହିପରି ଛାତ୍ରୀମାନଙ୍କୁ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ । ଜିଲା ସଂଯୋଜକ ଡ. ସନ୍ତୋଷ କୁମାର ରାଉତ ଆତ୍ମ ସୁରକ୍ଷା ହେଉଛି ଶ୍ରେଷ୍ଠ ସୁରକ୍ଷା ବୋଲି କହିଥିଲେ ।
ନୋଡାଲ ଅଫିସର ସୁଲୋଚନା ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୩୦ରୁ ଅପ୍ରେଲ ୨୦ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ୫୦୯ ଜଣ ଛାତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।
