ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀରେ ମାଗଣା ଗୋ ଚିକିତ୍ସା ଶିବିର : ୪୩୭ ଚିକିତ୍ସିତ
ଜଳେଶ୍ୱର : ଜଳେଶ୍ୱର ବ୍ଳକର ଛମୌଜ ରାଣୀ ପୋଖରୀ ଠାରେ ଦୁର୍ଗାପୂଜାର ୫୦ବର୍ଷ ପୁର୍ତ୍ତି ଅବସରରେ ଏକ ମେଗା ମାଗଣା ଗୋ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ବାଲେଶ୍ୱର ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀ ଡା. ବନମାଳି ସାହୁ ଉଦ୍ଘାଟନ କରି ଭାରତୀୟ ସଂସ୍କୃତିରେ ଗୋରୁ ଗାଈର ଭୂମୀକା ଗୁରୁତ୍ୱ ପୂର୍ଣ୍ଣ । ଚାଷ କରିବା, ଗୋରସ ପାଇବା, ଜୈବିକ ସାର ଇତ୍ୟାଦି ଲାଗି ଗୋ ସମ୍ପଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇ ଆସୁଛି । ତାର ଚିକିତ୍ସାଲାଗି ସମସ୍ତେ ଧ୍ୟାନ ଦେବା ଉଚିତ୍ ବୋଲି କହିଥିଲେ । ଜିଲା ଅତିରିକ୍ତ ପ୍ରାଣିଚିକିତ୍ସାଧିକାରୀ ଡା. ରଂଜନ କୁମାର ଦାସ, ଡା. ଶିବ ପ୍ରସାଦ ଦାସ, ଡା. ଅଜିତ୍ କୁମାର ସାମଲ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଜଳେଶ୍ୱର ଗୋଷ୍ଠୀ ପ୍ରାଣୀଚିକିତ୍ସାଧିକାରୀ ସୁନିଲ କୁମାର ଭୂୟାଁ ଓ ସହକାରୀ ପ୍ରାଣିଚିକିତ୍ସାଧିକାରୀ ଶୈଳେନ୍ଦ୍ରୀ ଗୁପ୍ତା ଅତିଥିଭାବେ ଯୋଗ ଦେଇ ଗୋ-ପାଳନର ଆବଶ୍ୟକତା ସଂପର୍କରେ କହିଥିଲେ । ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀର ସଭାପତି ଗୌରହରୀ ଜେନା ଏଥିରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ସାଗରବାଳା ଜେନା, ସମିତି ସଦସ୍ୟ ଆରତୀ ଜେନା ବକ୍ତବ୍ୟ ରଖିଥିବା ବେଳେ ଯୁବକ ସଂଘର ସଭାପତି ପାର୍ଥସାରଥି ଦାସ ବକ୍ତବ୍ୟ ରଖିଥିଲେ । ମୋଟ ୪୩୭ ଗୋରୁ ଗାଈଙ୍କୁ ମାଗଣାରେ ଟିକାକରଣ ଓ ବିଭିନ୍ନ ଚିକିତ୍ସା କରାଯାଇଥିଲା । ପୂଜାକମିଟିର ସାଂଗଠନିକ ସଂପାଦକ ରବିନ୍ଦ୍ର ଜେନା, ଅସିତ୍ ଜେନା, ନିର୍ମଳ ରାଜ, ଭାଗବତ ମହାନ୍ତି, ନିର୍ମାଳ ଚାନ୍ଦ, ଭାଗବତ ଦାସ, ରାଧାଶ୍ୟମ ବାରିକ, ଜ୍ୟେତିରଂଜନ ପରିଡା, ସତ୍ୟରଂଜନ ଦତ୍ତ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
