ପାଣିରେ ବୁଡି ଶିଶୁ ପୁତ୍ର ମୃତ
ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଂଚାୟତର ବୈରାଟଆଡି ଗ୍ରାମରେ ଏକ ଅଘଟଣ ଘଟିଛି । ରାଜୀବ ପାଳଙ୍କ ପୁଅ ତପୁ ପାଳ (୪) ଘର ନିକଟରେ ଖେଳୁଥିବା ବେଳେ ପରିବାର ଲୋକଙ୍କ ଅଲକ୍ଷ୍ୟରେ ନିକଟସ୍ଥ ପୋଖରୀରେ ବୁଡି ଯାଇଥିଲା । ପରେ ପରିବାର ଲୋକେ ଖୋଜାଖୋ କରି ନ ପାଇବାରୁ ସଂଦେହ କରି ନିକଟସ୍ଥ ପୋଖରୀେୀ ଖୋଜାଖୋଜି କରିଥିଲେ । ତପୁକୁ ପାଣି ଭିତରୁ ପାଇ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
