ସୁଗୋ ପଂଚାୟତରେ ପୋଷଣମାସ ପାଳିତ : ଅପପୃଷ୍ଟି ଲାଗି ସଚେତନତା
ଜଳେଶ୍ୱର : ଚଳିତ ସେପ୍ଟେମ୍ବର ବିଶ୍ୱ ପୋଷଣମାସ ପାଳନ ଅବସରରେ ସୁଗୋ ପଂଚାୟତର ଧାନ ସିମୁଳିଆ ଅଙ୍ଗନୱାଡି କେନ୍ଦ୍ରରେ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସଭାରେ ତ୍ରିଲୋଚନ ବାରିକ ସଭାପତିତ୍ୱ କରିଥିଲେ । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା ପୋଷଣ ମାସର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ଅପପୃଷ୍ଟି ଦୂର ଲାଗି ସଚେତନତାର ବାର୍ତ୍ତା ଦେଇଥିଲେ । ସରପଂଚ ଜୟନ୍ତୀ ପରିଡା, ସଦସ୍ୟା ପ୍ରତିନିଧି ସଂଜୟ କୁମାର ମହାନ୍ତି, ଅଂଗନୱାଡି ସଂଘର ସଭାନେତ୍ରୀ ବନଜା ଦାସ ଏଥିରେ ବକ୍ତବ୍ୟ ରଖିଥିବା ବେଳେ ଅଂଗନୱାଡି କର୍ମୀ, ଗର୍ଭବତୀ ମହିଳା, ପ୍ରସୂତୀ, କିଶୋରୀ ଓ ନିର୍ବାଚିତ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆରତୀ ଚନ୍ଦ, ସରସ୍ୱତୀ ସାହୁ, ସୁଜାତା ପାତ୍ର, ରେବତୀ ରାଜ, ଅନିତା ଦାସ ମହାପାତ୍ର, ସରିତା ମହାନ୍ତି, ସସ୍ମିତା ଦାସ, ପୁଷ୍ପଲତା କାମିଳା, ଶାନ୍ତିଲତା ମହାନ୍ତି, ଶାନ୍ତିଲତା ଜେନା, ପ୍ରଦୀପ ପାତ୍ର, ହରିଶଂକର ରାଜ, ସୁଜିତ୍ ଜେନା, ଅମୀୟ ପାତ୍ର, ଶାନ୍ତିଲତା ବିର, ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
