ଚକଜ୍ଜୁନୀରେ ଭାଗବତ ଜନ୍ମ ମହୋତ୍ସବ ଓ ବାର୍ଷିକ ଉତ୍ସବ ପାଳିତ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତର ଚକଜ୍ଜୁର୍ନୀ ଗାଁରେ ଶ୍ରୀରାଧାକୃଷ୍ଣ ଭାଗବତ ଟୁଙ୍ଗିରେ ଶ୍ରୀମଦ୍ ଭାଗବତ ମହାପୁରାଣର ଜନ୍ମ ମହୋତ୍ସବ ଓ ଟୁଙ୍ଗୀର ବାର୍ଷିକ ଉତ୍ସବ ପାରମ୍ପରିକ ରିତିରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସଭାରେ ଅଧ୍ୟାପକ କାର୍ତ୍ତିକେଶ୍ୱର ପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ଆଧ୍ୟାତ୍ମକ ଚିନ୍ତା ଚେତନା ମଧ୍ୟରେ ପ୍ରତ୍ୟେକଙ୍କର ସର୍ବାଙ୍ଗିନ ଉନ୍ନତି ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ପ୍ରବଚକ ଗୌରାଙ୍ଗ ଚରଣ ପରିଡା ଯୋଗ ଦେଇ ଭାଗବତ ଟୁଙ୍ଗୀ ଦ୍ୱାରା ଅନ୍ୟମାନଙ୍କ ଠାରେ ଆଧ୍ୟାତ୍ମୀକ ବାର୍ତ୍ତା ପହଞ୍ଚି ପାରୁଥିବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପଦ୍ମନାଭ ପ୍ରଧାନ, ହରିପଦ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଂପାଦକ ଲକ୍ଷ୍ମୀଧର ଦେ ଅତିଥି ପରିଚୟ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ଦାସ ପାଲାଗାନ କରିଥିଲେ । ଶ୍ରୀପତି ପ୍ରଧାନ ଧନ୍ୟବାଦ ଦେଇଥିବା ବେଳେ ଟୁଙ୍ଗୀର ସଭାପତି ଲେଲିନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜଗନ୍ନାଥ ଚନ୍ଦ, ମଧୁସୂଦନ ପ୍ରଧାନ, ଶରତ ଚନ୍ଦ୍ର ଦାସ, ସତ୍ୟନାରାୟଣ ଦେ, ଜଗନ୍ନାଥ ପାତ୍ର, ନିଖିଳ ପ୍ରଧାନ କାର୍ଯ୍ୟ ପରିଚାଳନା କରିଥିଲେ ।
