ଆପରେ ଯୋଗଦେଲେ ପଞ୍ଜାବର ପୂର୍ବତନ ଶିକ୍ଷାମନ୍ତ୍ରୀ ସେବା ସିଂ ସେଖୱାନ
ଚଣ୍ଡିଗଡ଼ : ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଅକାଳୀ ଦଳ ନେତା ତଥା ପଞ୍ଜାବ କ୍ୟାବିନେଟର ପୂର୍ବତନ ଶିକ୍ଷାମନ୍ତ୍ରୀ ସେବା ସିଂ ସେଖୱାନ ଗୁରୁବାର ଆପରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
HUGE BOOST TO @AAPPunjab ‼️
— AAP (@AamAadmiParty) August 26, 2021
Former Cabinet Minister Jathedar Sewa Singh Sekhwan joins AAP in the presence of AAP National Convenor & Delhi CM Shri @ArvindKejriwal
Punjab is ready for Change! pic.twitter.com/LL4kl2xac1
କେଜ୍ରିୱାଲ ପଞ୍ଜାବ ଗସ୍ତରେ ଥିବା ବେଳେ ଆଜି ଗୁରୁଦାସପୁରରେ ଥିବା ସେବା ସିଂଙ୍କ ଗାଁ ସେଖୱାନକୁ ଯାଇ ତାଙ୍କୁ ତାଙ୍କ ବାସଭବନରେ ଦେଖା କରିଥିଲେ । ସେବା ସିଂ ସେଖୱାନ ଶିରୋମଣି ଅକାଳୀ ଦଳ ଓ ବିଜେପି ମେଣ୍ଟ ସରକାର ସମୟରେ ପଞ୍ଜାବର ଶିକ୍ଷାମନ୍ତ୍ରୀ ଥିଲେ । ଏହାସହ ସେ ଅକାଳୀ ଦଳ (ଡେମୋକ୍ରାଟିକ) ର ପ୍ରତିଷ୍ଠାତା ସଦସ୍ୟ ବି ଥିଲେ । ସେବା ସିଂ ସେଖୱାନ ଆପରେ ସାମିଲ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେ ଆମକୁ ଆଶୀର୍ବାଦ ଦେଇଛନ୍ତି ଏବଂ ଆମ ପରିବାରରେ ଯୋଗ ଦେଇଛନ୍ତି। ଆମେ ତାଙ୍କୁ ଆମ ପରିବାରରେ ସ୍ୱାଗତ କରୁଛୁ ଏବଂ ଆମେ ଚାହୁଁଛୁ ଯେ ସେ ଆମର ମାର୍ଗଦର୍ଶନ କରନ୍ତୁ।”
