ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା, ୧୩ ମୃତ
EDITORS NOTE: Graphic content / Wounded women arrive at a hospital for treatment after two blasts, which killed at least five and wounded a dozen, outside the airport in Kabul on August 26, 2021. (Photo by Wakil KOHSAR / AFP)
କାବୁଲ : କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବେ ଗେଟ୍ ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟି ବହୁ ଶିଶୁଙ୍କ ସମେତ ୧୩ଜଣ ନିହତ ହୋଇଛନ୍ତି। ଏଥିସହ ୩ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନ ବାହାରକୁ ଯିବା ଲାଗି କାବୁଲ୍ ଏୟାରପୋର୍ଟ ସାମ୍ନାରେ ହଜାର ହଜାର ଲୋକ ଜମା ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି।
ଏହି ବିସ୍ଫୋରଣ ସମ୍ପର୍କରେ ପେଣ୍ଟାଗନ ମୁଖପାତ୍ର ଜନ କର୍ବି ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ଓ ଆଗକୁ ଏ ସମ୍ପର୍କରେ ଅଧିକ ତଥ୍ୟ ଆସିଲେ ଦିଆଯିବ । ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆଫଗାନିସ୍ତାନ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ତେଣେ ତାଲିବାନ୍ ପକ୍ଷରୁ ଏହି ବିସ୍ଫୋରଣ ଏକ ‘ଆତଙ୍କବାଦୀ କାର୍ଯ୍ୟକଳାପ’ ବୋଲି ବିବୃତି ଦିଆଯାଇଛି। ଏହି ବିସ୍ଫୋରଣ ପଛରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ)ର ହାତ ଥିବା କଥା ତାଲିବାନ୍ ସନ୍ଦେହ କରୁଛି। ଆଜି ହୋଇଥିବା ବିସ୍ଫୋରଣକୁ ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି । ଏହି ଘଟଣାରେ ୩ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
