ଦ୍ଵିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ସଞ୍ଜୀବ ମଲ୍ଲିକ
ଭଦ୍ରକ : ଦ୍ଵିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ସଞ୍ଜୀବ ମଲ୍ଲିକ । ଏ ନେଇ ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ ହେବା ସହ ଟେଷ୍ଟ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସୂଚନା ଯେ, ସେ ପୂର୍ବରୁ ଥରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଥରେ ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍ଗରୋଧରେ ରହିଛନ୍ତି ।
