ରାଇକିଟସ୍ ଫୁଟବଲ ଏକାଡେମୀରେ ୫-୧୪ ବର୍ଷର ବାଳକ, ବାଳିକାଙ୍କୁ ନେଇ ଫୁଟବଲ ପ୍ରଶିକ୍ଷଣ
ଝାରସୁଗୁଡା : ଝାରସୁଗୁଡା ରାଇ କିଟସ୍ ଫୁଟବଲ ଏକାଡେମୀ ପକ୍ଷରୁ ଏକାଡେମୀ ଫୁଟବଲ ପଡିଆ ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରା ଯାଇଛି । ଝାରସୁଗୁଡା କ୍ରୀଡା ସଂସ୍ଥାର ତାପସ କୁମାର ରାୟ ଚଉଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତକା ଉତ୍ତୋଳନ କରି ଥିଲେ । ସେହିପରି ରାଇକିଟସ୍ ଫୁଟବଲ ଏକାଡେମୀରେ ୫ ରୁ ୧୪ ବର୍ଷ ର ବାଳକ, ବାଳିକା ମାନଙ୍କୁ ନେଇ ସଂଜୟ ରାଇଙ୍କ ଦ୍ୱାରା ଫୁଟବଲ ପ୍ରଶିକ୍ଷଣ ଦିଆ ଯାଉଛି । ସଂଜୟ ରାଇ ଝାରସୁଗୁଡା ମହିଳା ଫୁଟବଲ ଦଳ ର କୋଚ୍ ରହି ଥିଲେ । ବାଳକ, ବାଳିକା ମାନଙ୍କୁ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଧେଶ୍ୟ ରେ ଫୁଟବଲ ତାଲିମ କରା ଯାଉଛି ଏହି ଏକାଡେମୀ ରେ ୩୦ ଜଣ ବାଳକ, ବାଳିକା ରହିଛନ୍ତି । ବାଳକ, ବାଳିକା ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା ।
ଏହି ଫୁଟବଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ୨ୟ ଓଏସଏପି ର ଉପ- ଦୁର୍ଗପତି ଲକ୍ଷ୍ମଣ ସିଂ ଯୋଗ ଦେଇ ଥିଲେ । ଉପ- ଦୁର୍ଗପତି ଭବାନୀ କୁମାର ସେଠ୍ ଯୋଗ ଦେଇ ରାଇ କିଟସ୍ ଫୁଟବଲ ଏକାଡେମୀ ର ବାଳକ, ବାଳିକା ମାନଙ୍କୁ ଫୁଟବଲ ଓ ଖେଳ ପୋଷାକ ପ୍ରଦାନ କର ଥିଲେ । ମହିଳା ପୋଲିସ ଅଧିକାରୀନୀ ଗାୟୀତ୍ରି ସାମଲ, ସରୋଜ ପୁନମ୍ ଝାରସୁଗୁଡା କ୍ରୀଡା ସଂସ୍ଥାର ଜୀବନ ମହାନ୍ତି, ମୁନା ମହାନ୍ତି,ମନୋଜଦାସ, ଗଣେଷ ନାୟକ ପ୍ରଭୃତି ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରି ଥିଲେ ।
