ପ୍ରଥମ ଟେଷ୍ଟ ଡ୍ର’ : ଇଣ୍ଡିଆର ବିଜୟରେ ବର୍ଷା ସାଜିଲା ବାଧକ
ନଟ୍ଟିଂହାମ୍ : ଭାରତ ବିଜୟରେ ବର୍ଷା ସାଜିଲ ବାଧକ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। ଲଗାତର ବର୍ଷା ଯୋଗୁ ପଞ୍ଚମ ଦିବସରେ ରବିବାର ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ଫଳରେ ଦୁଇ ଅମ୍ପାୟାର ପିଚ୍ ଓ ପରିସ୍ଥିତିକୁ ଦେଖିବା ପରେ ମ୍ୟାଚ୍ ଶେଷ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିସହ ପ୍ରଥମ ଟେଷ୍ଟ ଡ୍ର’ ହୋଇଛି। ଶେଷରେ ବାଧ୍ୟ ହୋଇ ନର୍ଟିଂହାମରେ ଖେଳାଯାଉଥିବା ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ଘୋଷଣା କରାଯାଇଛି । ବିଶେଷକରି ଏହି ଡ୍ର’ ଭାରତୀୟ ଟିମକୁ ନିଶ୍ଚିତ ଆଘାତ ନେଇଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଆଉ ୧୫୭ ରନ୍ ଆବଶ୍ୟକ ହେଉଥିଲା। ପଞ୍ଚମ ଦିବସରେ ଭାରତ ଆରାମରେ ଏହି ସ୍କୋର କରିନେବ ବୋଲି ଆଶା ଥିଲା। କିନ୍ତୁ ବର୍ଷା ସବୁ ମଜା ବିଗାଡ଼ି ଦେଲା। ତେବେ ଏହି ଡ୍ର’ ଇଂଲଣ୍ଡ ଟିମକୁ ନିଶ୍ଚିତ ଫାଇଦା ହେବ।
UPDATE: Play has been abandoned. ☹️
— BCCI (@BCCI) August 8, 2021
The first #ENGvIND Test at Trent Bridge ends in a draw.
We will see you at Lord's for the second Test, starting on August 12. #TeamIndia
Scorecard ? https://t.co/TrX6JMzP9A pic.twitter.com/k9G7t1WiaB
ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ସାଢ଼େ ୩ଟା ବେଳେ ମ୍ୟାଚ୍ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିଲା ନାହିଁ। ଯେଉଁ କାରଣରୁ ପ୍ରଥମ ସେସନ୍ ଖେଳକୁ ବାତିଲ କରିଦିଆଗଲା। ଏହା ପରେ ଦ୍ୱିତୀୟ ସେସନରେ ମଧ୍ୟ ବର୍ଷା ଥମିବାର ନାଁ ନେଉନଥିଲା। ଲଗାତର ବର୍ଷା କାରଣରୁ ଅମ୍ପାୟାର ଚା’ପାନ ବିରତି ସଅଳ ନେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ବର୍ଷା ଜାରି ରହିଥିଲା। ଯାହା ପରେ ଅମ୍ପାୟାର ଆନୁଷ୍ଠାନିକ ଭାବେ ଦିବସର ଖେଳକୁ ବାତିଲ କରିବା ସହ ମ୍ୟାଚ୍ ଡ୍ର’ ଘୋଷଣା କରିଥିଲେ। ସୂଚନା ଯେ, ଭାରତ ସମ୍ମୁଖରେ ଘରୋଇ ଇଂଲଣ୍ଡ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ଚତୁର୍ଥ ଦିନ ସୁଦ୍ଧା ଏକ ୱିକେଟ୍ ହରାଇ ୫୨ ରନ କରିଥିଲା । ହେଲେ ପଂଚମ ଦିନରେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇ ପାରି ନଥିଲା । ଭାରତକୁ ଶେଷ ଦିନରେ ଜିତିବାକୁ ୧୫୭ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ଲୋଡା ଥିଲା ୯ ୱିକେଟ୍ । ହେଲେ ବର୍ଷା ସବୁ ବିଗାଡି ଦେଇଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟ୍ଙ୍କ ୬୪ ରନ ବଳରେ ୧୮୩ରେ ଅଲଆଉଟ୍ ହେବା ପରେ ଭାରତ ୨୭୮ ରନ କରିଥିଲା । ଲୋକେଶ ରାହୁଲ ସର୍ବାଧିକ ୮୪ ରନ କରିଥିଲେ । ଦଳ ଘରୋଇ ଇଂଲଣ୍ଡଠୁ ୯୫ ରନ ପଛରେ ରହିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ଶତକ ଜରିଆରେ ୩୦୩ ରନ କରିବାକୁ ସକ୍ଷମ ହୋଇଛି । ଭାରତୀୟ ପକ୍ଷରୁ ଯଶପ୍ରୀତ ବୁମରା ୫ ୱିକେଟ୍ ନେଇ ଇଂଲଣ୍ଡଠୁ ଅଧିକ ରନ ଅଗ୍ରଣୀ ହାସଲ କରିବାକୁ ଦେଇ ନାହାନ୍ତି ।
