ରହସ୍ୟମୟ ବ୍ଲାକହୋଲର ମିଳିଲା ପ୍ରଥମ ଚିତ୍ର
ୱାଶିଂଟନ : ମହାକାଶରେ ମିଲକିୱେ ଗାଲାକ୍ସିରେ ଥିବା ରହସ୍ୟମୟ ବ୍ଲାକହୋଲର ପ୍ରଥମ ଚିତ୍ର ହସ୍ତଗତ ହୋଇଛି । ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମହାକାଶ ବିଜ୍ଞାନୀମାନେ ଇଭେଣ୍ଟହରାଜନ ଟେଲିସ୍କୋପ ସହାୟତାରେ ଏହାକୁ ଠାବ କରିଛନ୍ତି ଏବଂ ଏହା ଏକ ବ୍ଲାକହୋଲ ବୋଲି ଦାବି କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅନ୍ଧକାରମୟ ଏବଂ ଏହା ଚାରିପାଖରେ ଏକ ଉଜ୍ଜ୍ୱଳ ବଳୟ ରହିଛି । ଏହାର ମହାକର୍ଷଣ ଶକ୍ତି ସୂର୍ଯ୍ୟଙ୍କ ଠାରୁ ୪ ମିୟୁତ ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
