ପ୍ରଥମ ଦିନିକିଆ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ନ୍ୟୁଜିଲାଣ୍ଡ
ହାଇଦ୍ରାବାଦ : ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇରଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ଏଥିରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ ।
କିଛି ଦିନ ତଳେ ସରିଥିବା ଦିନିକିଆ ଓ ଟି-୨୦ ସିରିଜ୍ରେ ଶ୍ରୀଲଙ୍କାକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଛି ଭାରତ। ଏବେ ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ସିରିଜ୍ ପରାସ୍ତ କରିବାର ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ଟିମ୍ ବି ପାକିସ୍ତାନକୁ ପରାସ୍ତ କରି ଜୋସ୍ରେ ଅଛି । ତେଣୁ ଏହି ସିରିଜ୍ରେ ଜୋରଦାର ଖେଳ ଦେଖିବାକୁ ମିଳିବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ୍ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ : ଫିନ୍ ଆଲେନ୍, ଡେଭନ କନୱେ, ହେନରୀ ନିକୋଲ୍ସ, ଡାରିଲ୍ ମିଚେଲ, ଟମ୍ ଲାଥମ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର, ହେନରୀ ସିପ୍ଲୀ , ଲୋକି ଫର୍ଗୁସନ୍, ବ୍ଲାର ଥିକ୍ନର ।
