ମୁକୁନ୍ଦପୁରରେ ଅଗ୍ନିକାଣ୍ଡ, ୧ବଖରା ଘର ସହ ଧାନ ଗଦା ଜଳିଗଲା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ମୁକୁନ୍ଦପୁର ପଞ୍ଚାତ ଅଧୀନ ମୁକୁନ୍ଦପୁର ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର ସୁଧାକର ମହାଳିକଙ୍କର ୧ବଖରା ଘର ସହିତ ପଞ୍ଚାନନ ମହାଳିକ, ଦୁର୍ଯ୍ୟୋଧନ ମହାଳିକ ଓ ନିରଂଜନ ମହାଳିକଙ୍କର ୪ଟି ଧାନଗଦା ଓ ୪ଟି ଛ’ଣଗଦା ସଂପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି । ଅଗ୍ନିକାଣ୍ଡ ଖବର ପାଇ ତିହିଡ଼ି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ତେବେ ଖଦଗଦାରୁ ନିଆଁ ଉଠି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ôଚ କ୍ଷୟକ୍ଷତି ଆକଳନ କରିଛନ୍ତି ।
