ଡ୍ରାଇଭର ମହସଂଘ ପକ୍ଷରୁ ମୃତ ଡ୍ରାଇଭର ପରିବାରକୁ ଆର୍ଥିକ ସହାୟତା
ପୁରୀ : ସର୍ବ ଭାରତୀୟ ଡ୍ରାଇଭର ମହାସଂଘ ପକ୍ଷରୁ ପୁରୀର ଜଣେ ମୃତ ଡ୍ରାଇଭର ପରିବାରକୁ ୧୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପୁରୀ ବାଲିଘାଟ ନୂଆସାହି ଯାଗୁଲେଇ ଲେନ୍ ନିବାସୀ ବିରଞ୍ଚି ନାରାୟଣ ଦାସ ଭୁବନେଶ୍ୱରରେ ଗାଡ଼ି ଚଳାଇ ପରିବାର ପୋଷଣ କରୁଥିବା ବେଳେ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ଶିକାର ହୋଇଥିଲେ । ତାଙ୍କର ଭୁବନେଶ୍ୱର ସରକାରୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏନେଇ ସର୍ବ ଭାରତୀୟ ଡ୍ରାଇଭର ମହାସଂଘ ପକ୍ଷରୁ କର୍ମକର୍ତ୍ତା ମାନେ ପୁରୀ ସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଆୟୋଜନ କରିବା ସହ ତାଙ୍କ ପରିବାରକୁ ୧୧ ହଜାର ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦେଇଥିଲେ । ସଙ୍ଗଠନ କର୍ମକର୍ତ୍ତା କେଦାର ନାଥ ନାୟକ, ପ୍ରଦୀପ ପ୍ରଧାନ, ରାଜା ନାୟକ, କେଶବ ବେହେରା, କୃତିବାସ ମହାନ୍ତି, ଅଜୟ ମହାନ୍ତି, ମୋତିଲାଲ ମଣ୍ଡଳ ଓ ଜ୍ଞାନ ରଞ୍ଜନ ବେହେରା ଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ସାରଥୀ ଭାଈ ମାନେ ଉପସ୍ଥିତ ରହି ସ୍ୱର୍ଗତ ଡ଼୍ରାଇଭରଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
