ବେଲାମାର୍ଗରେ କାର ଦୁର୍ଘଟଣାଗ୍ରସ୍ତ; ୬ ଜଣ ମେଡିକାଲରେ ଭର୍ତ୍ତି
କୋଣାର୍କ : ପୁରୀ କୋଣାର୍କ ମେରାଇନ ରାସ୍ତାର ଟିକନା ଗ୍ରାମ ବାଲି କପିଳେଶ୍ୱର ଛକ ହରିସହଦେବ ମନ୍ଦୀର ନିକଟରେ କୁକୁର ପଶିଯିବାରୁ ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ କାରରେ ଥିବା ୬ ଜଣ ବ୍ୟକ୍ତି ପୁରୀ ମେଡ଼ିକାଲରେ ଭର୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପୁରୀରୁ କୋଣାର୍କ ଅଭିମୁଖେ ୬ ଜଣ ଯୁବକ ଏକ କାର ନମ୍ବର୍ ଓଆର ୦୫ ଏୟୁ ୨୦୧୦ ମାଧ୍ୟମରେ ଆସୁଥିବା ବେଳେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ଟିକନା ଗ୍ରାମ ବାଲି କପିଳେଶ୍ୱର ଛକ ନିକଟ ହରି ସହଦେବ ମନ୍ଦିର ନିକଟରେ ହଠାତ୍ ଗାଡ଼ି ଆଗକୁ ଏକ ବୁଲା କୁକୁର ପଶି ଆସିବାରୁ ହଠାତ୍ ବ୍ରେକ ମାରିବାରୁ କାର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ କାର ଦୁର୍ଘଟଣାଗ୍ରସ୍ତ ହୋଇ କାରରେ ଥିବା ୬ ଜଣ ଯୁବକ ଆହତ ହୋଇଥିଲେ । ତାଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଡାକି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ୍ ପହଞ୍ଚି କାରକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
