ଭଦ୍ରକ : ତିହିଡ଼ି ବ୍ଲକ୍, ପୀରହାଟ, ନରେନ୍ଦ୍ରପୁରର ବାସିନ୍ଦା ଜାନକୀଲତା ବେହେରାଙ୍କ ସ୍ୱାମୀଙ୍କର ଆସାମରେ ଅକାଳ ମୃତ୍ୟୁ ଘଟିଛି । ସେଠାରୁ ମୃତ ଶରୀରକୁ ନିଜ ଗାଁକୁ ଅଣାଯିବା ପାଇଁ ଜିଲ୍ଲା ରେଡ଼୍କ୍ରସ୍ ପାଣ୍ଠିରୁ ଜାନକୀଲତାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଚାନ୍ଦବାଲି ବ୍ଲକ୍ର ପାଟୁଳି, ବାଲିଗାଁ ର ଲକ୍ଷ୍ମୀଦାସଙ୍କୁ ତାଙ୍କ ପୁତ୍ରର ଚିକିତ୍ସା ପାଇଁ ୫ହଜାର ଟଙ୍କାର ଆର୍ଥିକ ସାହଯ୍ୟ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଆଜି ଉଭୟଙ୍କୁ ଉକ୍ତ ସହାୟତା ବାବଦ ନଗଦ ଅର୍ଥ ପ୍ରଦାନ କରିଥିଲେ ।
Post Views: 45,823