ଆଜି ମୁକ୍ତିଲାଭ କରିବ ‘ଶମଶେରା’ ! ଓପନିଙ୍ଗ ଡେ’ ରେ ଧମାକା ଲକ୍ଷ
ମୁମ୍ବାଇ : ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ଶମଶେରା’ । ମିଡିଆ ରିପୋର୍ଟ ମୁତାବକ, ଏହି ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ଓପନିଙ୍ଗ କରିବ । ଫିଲ୍ମରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ଫିଲ୍ମ ‘ଶମଶେରା’ କୁ ନେଇ ଚର୍ଚ୍ଚାରେ ଅଭିନେତା ରଣବୀର କପୁର । ୪ ହଜାର ସ୍କ୍ରିନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ସମୟ ରହିଛି ୨ ଘଣ୍ଟା ୨୮ ମିନିଟ୍ । ସୋମବାର ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଖୋଲା ଯାଇଥିଲା ଏପର୍ଯ୍ୟନ୍ତ ଏହି ମାମଲାରେ ଜବରଦସ୍ତ ରେସପନ୍ସ ମିଳୁଛି । ଆଶା କରାଯାଉଛି କି ବକ୍ସ ଅଫିସରେ ଫିଲ୍ମଟି ଜବରଦସ୍ତ କଲେକ୍ସନ କରିବ ।
