ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ : କାନାଡା-ଫ୍ରାନ୍ସ ମ୍ୟାଚ୍ ଅମୀମାଂସିତ
Canada's Evelyne Viens, centre, celebrates with team mates after an own goal, the opening goal by Argentina's goalkeeper Vanina Correa during a women's international friendly soccer match between Canada and Argentina in Sanlucar de Barrameda, Spain, Thursday, Oct. 6, 2022. (AP Photo/Juan Carlos Toro del Rio)
ଭୁବନେଶ୍ବର: ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ରେ ଗୋଆର ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ବୁଧବାର କାନାଡା ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍-ଡି’ର ପ୍ରଥମ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛନ୍ତି।
ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ଦୁଇଟି ଯାକ ଗୋଲ୍ ଆସିଥିଲା। ୬୭ତମ ମିନିଟ୍ରେ ଆନାବେଲେ ଚୁକ୍ଉଙ୍କ ଗୋଲ୍ରେ କାନାଡ଼ା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ୭୩ତମ ମିନିଟ୍ରେ ଫ୍ରାନ୍ସର ଲୁସି କାଲ୍ବା ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ଲୁସି କାଲ୍ବାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ଗ୍ରୁପ୍ର ଦ୍ବିତୀୟ ମ୍ୟାଚ୍ରେ ଜାପାନ ୪-୦ ଗୋଲ୍ରେ ତାଞ୍ଜାନିଆକୁ ପରାସ୍ତ କରିଥିଲା। ଜାପାନ ପକ୍ଷରୁ ୟୁନୋ ସିରାଗାକି, ମାଓ ଇତାମୁରା, ଆଇ ସୁଜିସାୱା, ମୋମୋକୋ ତାନିକାୱା ଗୋଲ୍ ଦେଇଥିଲେ।
