ତୃତୀୟ ଲହର ଭୟ : କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ତୃତୀୟ ଲହରକୁ ନେଇ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ-୧୯ ସଂକ୍ରମଣ ବଢ଼ିଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ । ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି ବୋଲି ଡିଏମ୍ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ଯୋଗୁଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି, ତଥାପି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଚିହ୍ନଟ ହୋଇସାରିଲେଣି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନ ସମେତ ମୋଟ ୧୧ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରି ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।
