ସମବାୟ ବ୍ୟାଙ୍କ ପକ୍ଷରୁ କୃଷକ ଋଣ କର୍ମଶାଳା ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଲକ ବଢାପାଳ ସେବା ସମବାୟ ସମିତି ପରିସରରେ ଶୁକ୍ରବାର ସମବାୟବ୍ୟାଙ୍କ ପକ୍ଷରୁ କୃଷକ ମାନଙ୍କୁ ଋଣ ପ୍ରଦାନ ସହାୟକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସମିତିର ସଭାପତି ଦୟାନିଧି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୃଷକ ମାନଙ୍କୁ ଋଣ କର୍ମଶାଳାରେ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଆପାଳ ଶାଖା ପରିଚାଳକ ତୁଷାରକାନ୍ତ ପାତ୍ର ଯୋଗଦେଇ ଚାଷୀମାନେ ସେବା ସମବାୟ ସମିତି ମାଧ୍ୟମରେ ଋଣ ନେଇ କିପରି ଲାଭବାନ ହୋଇ ପାରିବେ।ଏବଂ ନିଜର ଆବଶ୍ୟକତା ଅନୁସାରେ ଚାହିଁଲି ସମିତିରୁ ଋଣ ନେଇ ପାରିବେ ସେ ଦିଗରେ ଉପସ୍ଥିତ କୃଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ କାର୍ଯ୍ୟକ୍ରମ ରେ ସମିତିର ଉପସଭାପତି ମିନତୀ ପଟନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ଅଣ୍ଡିଆ,ସମବାୟ ବ୍ୟାଙ୍କର କର୍ମଚାରୀ ରାଜୀଵ କୁମାର ଦାସ,ଅସ୍ତି ପଞ୍ଚାୟତର ସରପଞ୍ଚ ତୃପ୍ତିରେଖା ଜେନା,ସମାଜସେବୀ ହରେକୃଷ୍ଣ ଜେନା,ପୂର୍ବତନ ସରପଞ୍ଚ ଶରତ ପ୍ରଧାନ, ସମିତି ସଦଦ୍ୟ ପ୍ରତିନିଧି କାର୍ତ୍ତିକ ପାତ୍ର ପ୍ରମୁଖ ଯୋଗଦେଇ ଏହି ଅବସରରେ ନିଜ ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସଫଳ ଚାଷୀ ଧନଞ୍ଜୟ ଜେନା ସେବା ସମବାୟ ସମିତିରୁ ଋଣ ନେଇ କିପରି ଲାଭବାନ ହୋଇଛନ୍ତି ସେ ଦିଗରେ ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମିତିରସମ୍ପାଦକ ରାକେଶ କୁମାର ଦାସ,ସହ ସମ୍ପାଦକ ସୁବ୍ରତ କୁମାର ଦାସ,ଡାଟା ଅପରେଟର ଅରୁଣ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
