ଫକୀରମୋହନ କଲେଜ୍ ପୁରାତନ ଛାତ୍ର ସଂସଦ ତରଫରୁ ଉତ୍କଳ ଦିବସ ପାଳନ
ବାଲେଶ୍ୱର : ଫକୀରମୋହନ କଲେଜ୍ ପୁରାତନ ଛାତ୍ର ସଂସଦ ତରଫରୁ ଆଜି ସଂସଦ କାର୍ଯ୍ୟାଳୟ ଠାରେ ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଫକୀର ମୋହନ ସେନାପତି, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଓ ଜନ୍ ବିମ୍ସଙ୍କ ମୂର୍ତ୍ତିରେ ମାଲ୍ୟ ଅର୍ପଣ କରାଯାଇଥିଲା ଓ ଉତ୍କଳ ଦିବସ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
କଲେଜ୍ର ଅଧ୍ୟକ୍ଷ ଦିଲ୍ଲୀପ ବୋଷ, ସଂସଦର ବରିଷ୍ଠ ଉପଦେଷ୍ଟା ବିଜୟ କୁମାର ପଣ୍ଡା, ଅନୁସୟା ନାୟକ, ଉପସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ ଗୋପାଳ ଜେନା, ସଂଗଠକ ସମ୍ପାଦକ ରମାକାନ୍ତ ମହାନ୍ତି, ଅଫିସ୍ ସମ୍ପାଦକ ବରିଷ୍ଠ ସଭ୍ୟ ସତ୍ୟନାରାୟଣ ନନ୍ଦ, ସତ୍ୟ ବାରିକ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭ୍ୟ ତୁଷାରକାନ୍ତି ତପସ୍ୱୀ ଧନ୍ୟବାଦ ଅର୍ପଣ କରିଥିଲେ ।
