ଟିକା ସମ୍ପର୍କରେ ଗୁଜବ ପ୍ରଚାରିତ ନେଇ ୩୦୦ରୁ ଅଧିକ ଆକାଉଣ୍ଟ ବନ୍ଦ କଲା ଫେସବୁକ୍
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାକୁ ପ୍ରତିହତ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଜାରି ରହିଛି । ମାତ୍ର ଏହାରି ମଧ୍ୟରେ ‘କରୋନା ଟିକା ନେଲେ ମଣିଷ ସିମ୍ପାଞ୍ଜି ହୋଇଯିବ’ ଏଭଳି ଭ୍ରମାତ୍ମକ ପୋଷ୍ଟ କରିଥିବା ୩୦୦ରୁ ଅଧିକ ବ୍ୟବହାରୀଙ୍କୁ ଆକାଉଣ୍ଟକୁ ସାମାଜିକ ଗଣମାଧ୍ୟମ ଫେସବୁକ ବନ୍ଦ କରିଦେଇଛି।
ଦେଶରେ କରୋନା ଟିକାକରଣ ଅଭିଯାନକୁ ସରକାର ପ୍ରୋତ୍ସାହିତ କରୁଥିବାବେଳେ ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ ପୂର୍ବକ ବିଭିନ୍ନ ଗୁଜବ ପ୍ରଚାରିତ ହେଉଛି। ତେବେ ଏପରି ଗୁଜବ ପ୍ରଚାର କରିଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଛି। ଅବଶ୍ୟ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା ବିରୋଧରେ ଏହି ପ୍ରଚାର ହୋଇଥିଲା। ଯେଉଁ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ସେମାନେ ଭାରତ, ଆମେରିକାର ବାସିନ୍ଦା।
