ମହାନଦୀରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, କୌଣସି ବିପଦ ନାହିଁ
ଭୁବନେଶ୍ୱର: ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ସେ କହିଛନ୍ତି ଯେ, ପରିସ୍ଥିତିରେ ସୁଧାର ଆସିଛି । ହୀରାକୁଦ ଜଳ ଭଣ୍ଡାରର ଗେଟ୍ ବନ୍ଦ ହେବା ଆରମ୍ଭ ହୋଇଛି । ଆହୁରି ଗେଟ୍ ବନ୍ଦ ହୋର ସମ୍ଭାବନା ରହିଛି । ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି । ଛୋଟ ଧରଣର ବନ୍ୟା ହୋଇଛି। ଏବେ କୌଣସି ବିପଦ ନାହିଁ। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି। ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ ବନ୍ଦ କରାଯାଉଛି। ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖାରେ ବି ଜଳସ୍ତର କମିଛି। ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି।
ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୭୬ କ୍ୟୁସେକ୍ ଜଳ ପାସ୍ କରିଛି । ପଂପୋଷରେ ଜଳସ୍ତର କାମୁଛି । ରେଙ୍ଗାଲୀକୁ ଉପଯୁକ୍ତ ସ୍ଥିତିରେ ରଖିବା ପାଇଁ ୨ଟି ଗେଟ୍ ଖୋଲା ରହିବ । ବ୍ରାହ୍ମଣୀ ନଦୀର ଜଳସ୍ତର କାମୁଛି । ଜରନାପୁରରେ ବିପଦ ସଂକେତ ତଳେ ଅଛି ବ୍ରାହ୍ମଣୀ ନଦୀ । ଆଳି ଅଂଚଳରେ ସବୁଠି ଜଳସ୍ତର କମ୍ ଅଛି । ଆଳି ଅଂଚଳରେ ବିଶେଷ ଅସୁବିଧା ହେବ ନାହିଁ । ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବାଲିଆପାଳରେ ବନ୍ଧ ଛୋଟ ଛୋଟ ଖାଇଛି । ତାହାର ମରାମତି କାମ ଚାଲିଛି । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଛି । ଚାଷୀମାନଙ୍କ ଜମିରେ ଯଥେଷ୍ଟ ପାଣି ଅଛି ଚାଷ କରିବା ପାଇଁ । ଯଦି ପାଣି ଅଭାବ ହେବ ତାହେଲେ ଜଳ ଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ । ମଧ୍ୟମ ଧରଣର ୪୪ଟା ଜଳଭଣ୍ଡାରରୁ ୨୦ଟିରେ ୭୫ ପ୍ରତିଶତରୁ ଅଧିକ ଜଳ ଅଛି । ୧୧ ଟାରେ ୫୦ରୁ ୭୫ ପ୍ରତିଶତ, ୧୩ଟାରେ ୫୦ ପ୍ରତିଶତରୁ କମ୍ ଅଛି । ୨ଟା ମଧ୍ୟମ ଜଳଭଣ୍ଡାର ପୂର୍ଣ୍ଣ ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
