ଭୁବନେଶ୍ୱର : ୨୬୭ ପଜିଟିଭ୍ ଓ ୧୬୫ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶୁକ୍ରବାର ଦିନ ଆଉ ୨୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୫୩ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୨୧୪ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୬୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀ ରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଲ୍ଡ ଟାଉନ୍ ରୁ ୧୦ ଜଣ, ମେଂଚଶ୍ୱର, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ରୁ ୯ ଜଣ ଲେଖାଏଁ , ଖଣ୍ଡଗିରି, ପଟିଆ, ୟୁନିଟ ୮ ଓ ରସୁଲଗଡରୁ ୮ ଜଣ ଲେଖାଏଁ, ସହୀଦନଗର, ବାପୁଜୀନଗର, ଜାଗମରା ଓ କଳିଙ୍ଗବିହାରରୁ ୬ ଜଣ ଲେଖାଏଁ , ଭିଏସଏସ୍ ନଗର, ୟୁନିଟ୍ ୯ , ଗାଡକଣରୁ ୫ ଜଣ ଲେଖାଏଁ , ଡମଣା. ଝାରପଡା, ପଳାଶପଲୀ ଓ ସୁନ୍ଦରପଦାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୪୫୩ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୫୭୪୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୬୭୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୧୪ କୁ ବୃଦ୍ଧି ପାଇଛି ।
