ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ପ୍ରଶସ୍ତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାମ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
କଟକ : ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ । ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ପ୍ରଶସ୍ତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଜି ଠାରୁ(ସୋମବାର) ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏସସିବି ପୁନଃ ନିର୍ମାଣ ଯୋଜନାରେ ରାଣୀହାଟ ହିନ୍ଦୀ ସିନେମା ହଲ ସମେତ ବହୁ ଦୋକାନ ଘରକୁ ଉଚ୍ଛେଦ କରାଯାଇ ଏସସିବିକୁ ସିଧାସଳଖ ବାଟ ଫିଟା ଯିବ । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ଅଛନ୍ତି।
