ଅଧାରେ ଅଟକିଲା ଇଓଏସ-୦୩, ବିଫଳ ହେଲା ଜିଏସଏଟି-୧
ନୂଆଦିଲ୍ଲୀ : ଭାରତର ଜିଓସିଙ୍କ୍ରୋନସ ସାଟେଲାଇଟ ଉତକ୍ଷେପଣ ଯାନ ଏଫ୧୦ ସହାୟତାରେ ଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବା ପାଇଁ ଯୋଗାଣ କରିଥିଲା । ମାତ୍ର ଅଧାରେ ଅଟକିଲା ଇଓଏସ-୦୩, ବିଫଳ ହେଲା ଜିଏସଏଟି-୧ । ଅତ୍ୟାଧୁନିକ ସାଟେଲାଇଟ୍ ଜିସାଟ୍ -୧ର ଉତକ୍ଷେପଣ ବିଫଳ ହୋଇଛି । ଫଳରେ ଇସ୍ରୋ ଯେଉଁ ଇତିହାସ ରଚିବାକୁ ଲକ୍ଷ୍ୟ ବିଫଳ ହୋଇଛି ।
Watch Live: Launch of EOS-03 onboard GSLV-F10 https://t.co/NE3rVjNtHb
— ISRO (@isro) August 11, 2021
ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆର କେନ୍ଦ୍ରରୁ ଗୁରୁବାର ସକାଳ ୫ଟା ୪୩ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା । କିନ୍ତୁ ମିସନ୍ ସମୟର ୧୦ ସେକେଣ୍ଡ ପୂର୍ବରୁ ଏହା ଖରାପ ହୋଇଯାଇଥିଲା । ଇସ୍ରୋ ଏହି ଉପଗ୍ରହକୁ ୫ଟା ୪୩ରେ ସଫଳତା ପୂର୍ବକ ଉତକ୍ଷେପଣ କରିଥିଲା । ସବୁ କାମ ନିଜର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇଥିଲା । ପୂରା ଯାତ୍ରା ୧୮.୩୯ ମିନିଟର ଥିଲା । କିନ୍ତୁ ଶେଷ ସମୟରେ ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ ଇଂଜିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହି କାରଣରୁ ଇସ୍ରୋକୁ ତଥ୍ୟ ମିଳିବା ବନ୍ଦ ହୋଇଯାଇଥିଲା । ଲାଇଫ ପ୍ରସାରଣ ଦେଖିବାରେ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ ଘୋଷଣା କରାଗଲା ଯେ, ଇଓଏସ-୦୩ ମିଶନ ଆଂଶିକ ଭାବେ ବିଫଳ ହୋଇଛି । ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଛି ।
