ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଦେଶ ପାଇଁ ଗୁରୁତ୍ଵପୂର୍ଣ୍ଣ
ନୂଆଦିଲ୍ଲୀ : ଇଣ୍ଡଷ୍ଟ୍ରୀ ବଡି ସିଆଇଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଯୋଗଦେଇ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ଦେଶ ପାଇଁ ଗୁରୁତ୍ଵପୂର୍ଣ୍ଣ। ପ୍ରତି ଦିନ ୧୦୦ କିଲୋମିଟର ରାଜମାର୍ଗ ନିର୍ମାଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଲାଲ ଫିତାସାହି ଓ ନିଷ୍ପତ୍ତି ନେବାରେ ବିଳମ୍ବ ଦେଶ ପାଇଁ ସବୁଠୁ ବଡ ସମସ୍ୟା। ସେହିପରି ଭିତ୍ତିଭୂମିର ବିକାଶ ଦେଶ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। କରୋନା ମହାମାରୀ ସମୟରେ ମଧ୍ୟ ଆମେ ଦୈନିକ ୩୮ କିଲୋମିଟର ସଡକ ନିର୍ମାଣ କରି ବିଶ୍ଵ ରେକର୍ଡ କରିଛୁ। ୨୦୨୦-୨୧ରେ ରାଜମାର୍ଗ ନିର୍ମାଣର ଗତି ବୃଦ୍ଧି ଘଟି ଦୈନିକ ରେକର୍ଡ ୩୭ କିଲୋମିଟର ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଏହି ପ୍ରଦର୍ଶନରେ ମୁଁ ସନ୍ତୁଷ୍ଟ ନୁହେଁ। ଏବେ ତାଙ୍କର ଲକ୍ଷ୍ୟ ଦୈନିକ ୧୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିବାର ରହିଛି। ସରକାରଙ୍କ ଉଦ୍ୟମ ସମୟାନୁକ୍ରମେ, ଲକ୍ଷ୍ୟ କେନ୍ଦ୍ରିତ, ପାରଦର୍ଶୀ ଓ ଭ୍ରଷ୍ଟାଚାର ମୁକ୍ତ ସିଷ୍ଟମ ରହିଛି।
ନିଜର ସ୍ପଷ୍ଟ ଭାବମୂର୍ତ୍ତୀ ଓ କମର୍ଠ ପାଇଁ ପ୍ରସିଦ୍ଧି ଗଡକରୀ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ)ର ଅଧିକାରୀଙ୍କ ଉପରେ ପ୍ରକଳ୍ପରେ ବିଳମ୍ବ ନେଇ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯଦି କୌଣସି କଣ୍ଟ୍ରାକ୍ଟର ନିଜ ବ୍ୟାଙ୍କ କିମ୍ବା ବିତ୍ତୀୟ ସଂସ୍ଥା ବଦଳାଇବାକୁ ଚାହାନ୍ତି ତେବେ ଏନଏଚଏଆଇରୁ ଏନଓସି ନେବାରେ ତିନିରୁ ଦେଢ ବର୍ଷ ସମୟ ଲାଗି ଯାଉଥିଲା। ଆମେ ବର୍ତ୍ତମାନ ଏମିତି ସିଷ୍ଟମ କରିଛୁ, ଯେଉଁଥିରେ ଦୁଇ ଘଣ୍ଟାରେ ଉକ୍ତ କାମ ହୋଇ ପାରୁଛି। ଦେଢ ବର୍ଷ ସମୟ ନେବାର ଆବଶ୍ୟକତା କଣ ବୋଲି ଗଡକରୀ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପ୍ରଶାସନିକ ଅଧିକାରୀ ସିଷ୍ଟମର ସମୟର ଅର୍ଥ ଜାଣି ନାହାନ୍ତି।
