ସିଡିଏ ସେକ୍ଟର ୧୩ ଓ ୧୫ରେ ଜବରଦଖଲ ଉଚ୍ଛେଦ
କଟକ : କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଆଜି ସିଡିଏ ସେକ୍ଟର ୧୩ ଓ ୧୫ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ବିଶେଷକରି ଖାଲି ସରକାରୀ ସ୍ଥାନରେ ଗଢିଉଠିଥିବା ଅସ୍ଥାୟୀ ଘର ଓ ପଥର ପାଚେରୀ ନିର୍ମାଣକୁ ଭାଙ୍ଗି ଦିଆଯାଇଛି । ସେହିପରି ଗତକାଲି ସେକ୍ଟର ୧୦ ର ମଣ୍ଟେଶ୍ୱରୀ ସ୍କୁଲଗଡାରୁ ଜଷ୍ଟିସ ଛକ ପର୍ଯ୍ୟନ୍ତ ଥିବା ବେଆଇନ ଦଖଲକୁ ଉଚ୍ଛେଦ କରାଯାଇଥିଲା । ଦାୟିତ୍ୱରେ ଥିବା ସିଡିଏ ଅଧିକାରୀ ପରେଶ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ସିଟି ଏନଫୋର୍ସମେଣ୍ଟ ଇନଚାର୍ଜ ରଂଜିତ କୁମାର ସାହୁ, ଶ୍ରମିକ ବିଭୁତି ରାୟ, ସୁବ୍ରତ କୁମାର ବେହେରା, ସିଏମସି ଏନଫୋର୍ସମେଣ୍ଟ ଅଧିକାରୀ ପଂଚାନନ ପାଲ, ଏକ ପ୍ଲାଟୁନ ପୋଲିସ ଫୋର୍ସ, କଟକ ଜିଲ୍ଲା ଏନଫୋର୍ସମେଣ୍ଟ ଫୋର୍ସ(ସିଡିଇଏଫ), ଫେଜ-୨ ଥାନା ଅଧିକାରୀ ପ୍ରମୁଖ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
