ଅବନ୍ତିପୋରାରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ନିହତ, ଦୁଇ ଯବାନ ଆହତ
ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲା ଅବନ୍ତିପୋରାରେ ଆଜି ସକାଳେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଏନକାଉଣ୍ଟରରେ ଦୁଇ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି।
କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ ନିହତ ଆତଙ୍କବାଦୀର ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ଏହି ଅଞ୍ଚଳରେ ଆଉ କେତେଜଣ ଆତଙ୍କବାଦୀ ଲୁଚି ରହିଥିବାର ଖବର ରହିଥିବାରୁ ସେନା ଏହି ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।
