ଚାଷୀ ମୁଣ୍ଡରେ ଚଡକ : ନୀଳଗିରିକୁ ପଶିଲେ ୧୬ ଟିକିଆ ଝାଡଖଣ୍ଡି ହାତୀ ପଲ
ଆଗରେ ପାଇଲଟ ଦନ୍ତା ଓ ମଝିରେ ୪ଟି ଛୁଆ ହାତୀ, ବନାଞ୍ଚଳ ବାସୀ ଆତଙ୍କିତ
ନୀଳଗିରି : ୨୦୧୦ ମସିହାରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଲମା ଜଗଂଲରୁ ହାତିପଲ ଓଡ଼ିଶା ବଡର ପରି ହୋଇ ମୟୁରଭଞ୍ଜ ଜିଲା ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ଦେଇ ଗୁରୁବାର ଭୋରରେ ଦଳ ଦଳ ହୋଇ ୧୬ ଟିକିଆ ହାତୀ ପଲ ନୀଳଗିରି ରେଞ୍ଜ ଅଧିନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପୂର୍ବାହ୍ନ ୬ ଘଟିକା ସମୟରେ ପ୍ରବେଶ କରିଛନ୍ତି ହାତୀ ପଲ । ଆସିବା ରାସ୍ତାରେ କମ୍ ଖାଇଛନ୍ତି ଅଧିକ ଧାନ ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ମଧ୍ୟରେ ୫ଟି ଦନ୍ତା ହାତୀ ଥିବାବେଳେ ୪ଟି ଛୁଆ ହାତୀ ଅଛନ୍ତି। ହାତୀ ପଲ ଆସିଥିବା ର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ଵରେ ବନବିଭାଗ ପକ୍ଷରୁ ହାତୀ ଦାଉରୁ ସାଧାରଣ ଧନଜୀବନ ରକ୍ଷା ପାଇଁ ହୋଇଥିବା ସୋଲାର ଫ୍ଯାନସିଂ ଧସ୍ତ ବିଧସ୍ତ ହୋଇ ଜାଇଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଏବେ ନୀଳଗିରି ଅଞ୍ଚଳ ରେ ଧାନ କ୍ଷେତରେ ଧାନରୁ କିଛି ଥୋଡ ବାହାରୁଥିବା ବେଳେ କିଛି ଧାନ ପାଚିଥିବାବେଳେ କିଛି ଅଧା ପାଚିବା ଅବସ୍ଥାରେ ରହିଛି। ତେବେ ହାତୀପଲ ନିୟନ୍ତ୍ରଣ କରି ଫସଲ ହାନିରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ ବନାଞ୍ଚଳ ବାସୀ ଦାବି କରିଛନ୍ତି। ବନବିଭାଗ ପକ୍ଷରୁ ଡାକବାଜି ଯନ୍ତଦ୍ବାରା ହାତୀ ଉପଦ୍ରବ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାକୁ ନେଇ ହାଣ୍ଡିଆ, ମହୁଲ, ମାଦକଦ୍ରବ୍ଯ, ନରଖିବାପାଇଁ ସଚେତନ କରାଯାଇଛି। ହାତୀ ପଲ ଗତି ବିଧ୍ ଉପରେ ନଜର ରଖିବାକୁ ନୀଳଗିରି ବନ ବିଭାଗର ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାଡ୍, ସବୁଜବାହିନୀ ଉପସ୍ଥିତ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପଛରେ ଆଉ ଦୁଇଟି ହାତୀପଲ ନୀଳଗିରି ଆଡକୁ ଆସୁଥିବା ସୂଚନା ମିଳିଛି। ଗୋଟିଏ ହାତୀ ପଲ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ୧୬ ଟି ହାତୀ ଓ ଅନ୍ୟଟି ତାପଛକୁ ଓଡିଶା ସୀମାନ୍ତ ନିକଟ ତପବନ ଅଞ୍ଚଳରେ ୪୦ ଟି ଥିବା ଜଣାପଡିଛି।

