ଶ୍ରୀନଗରରେ ଗୋଟିଏ କାର୍ରେ ହେଲା ବିସ୍ଫୋରଣ, ବୃଦ୍ଧ ଦମ୍ପତି ସୁରକ୍ଷିତ
ଶ୍ରୀନଗର : ଶ୍ରୀନଗରର ବୁଲେବାୱ ରୋଡ଼ରେ ରବିବାର ଦିନ ଏକ କାର୍ରେ ରହସ୍ୟମୟୀ ବିସ୍ଫୋରଣ ହେବାରୁ ଆତଙ୍କ ଖେଳିଯାଇଛି । ପ୍ରାଥମିକ ଯାଂଚ ସମୟରେ କାର୍ରେ କିଛି ତ୍ରୁଟି ହେବାରୁ ବିସ୍ଫୋରଣ ହେବା କଥା ଜଣାପଡ଼ିଲା ।ଶ୍ରୀନଗର ପୋଲିସ୍ କହିଛି ଯେ ବୁଲେୱାର୍ଡ଼ ରୋଡ଼ରେ ଏକ ହୋଣ୍ଡା ସିଟି କାର୍ର ପଛ ଅଂଶରେ ବିସ୍ଫୋରଣ ହୋଇଛି । ସେ କହିଛନ୍ତି ଯେ ଗାଡ଼ିରେ ଚିହ୍ନର କ୍ରାଲସାଙ୍ଗରୀ ନିବାସୀ ଜଣେ ବୃଦ୍ଧ ଦମ୍ପତି ସବାର ଥିଲେ । ଦୁହେଁ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ପୋଲିସ୍ ଟିମ୍ ଆଗକୁ ଯାଂଚ କରିବାରେ ଲାଗିଛନ୍ତି ।
